ପର୍ତ୍ତମାହା ସେବାଶ୍ରମ ଠାରେ “ଶିକ୍ଷା ଅଙ୍କୁର” ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୬/୯ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପର୍ତ୍ତମାହା ସେବାଶ୍ରମ ଠାରେ ଦିନିକିଆ ତାଲିମ ଶିବିର ‘ଶିକ୍ଷା ଅଙ୍କୁର’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ତାଲିମ ଦାତା ଭାବେ ପର୍ତ୍ତମାହା ସିଅରସିସି ହରିଶଙ୍କର ପ୍ରଧାନ,ଶ୍ୟାଙ୍ଗବାଲି ସିଅରସିସି କହିନ ପ୍ରଧାନ, ସିମନବାଡ଼ି ସିଅରସିସି ବନ୍ଧୁରାଜ ଉଠାଣସିଂ ଓ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ତାଲିମ ଗ୍ରହଣ କରିବା ପାଇଁ ପର୍ତ୍ତମାହା ସେବାଶ୍ରମର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହିତ କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟର ୩୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.