ମାଲକାନଗିରିରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାର ଫାର୍ମାସିଷ୍ଟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିପିଏଚଓ ( ପରିବାର କଲ୍ୟାଣ ) ଶାସିଭୂଷଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ ଭେଷଜ ଚିକିସ୍ୟକ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଜଣେ ରୋଗୀ ପାଇଁ ଡାକ୍ତର ର ଭୂମିକା ଯେତିକି ଗୁରୁତ୍ୱପୂର୍ଣ ଜଣେ ଫାର୍ମାସିଷ୍ଟ ର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ଏଥିସହ ଗୋଟେ ରୋଗର ଔଷଧ ନିର୍ମାଣ ଠାରୁ ଆରମ୍ଭ କରି ଗାଁ ଗାଁ ରେ ଲୋକଙ୍କୁ ଚିକିସ୍ୟା ଯୋଗାଇବାରେ ଜଣେ ଫାର୍ମାସିଷ୍ଟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମାଲକାନଗିରି ଜିଲ୍ଲାରେ କରନା , ମ୍ୟାଲେରିଆ , ଡେଙ୍ଗୁ ଭଳି ଅନେକ ରୋଗ କୁ ନିୟନ୍ତ୍ରଣ କରିବା ପାଇଁ ଜଣେ ଫାର୍ମାସିଷ୍ଟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏଥି ସହ ଏହି କାର୍ଯ୍ୟକ୍ରମ ରେ ଫାର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ , ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ଙ୍କ ସମେତ ଅନେକ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ । ପ୍ରତ୍ୟକ କାମରେ ଫାର୍ମାସିଷ୍ଟ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହେତୁ ସେମାନଙ୍କ ଦାବି ଗୁଡିକ ସରକାର ପୂରଣ କରିବା ପାଇଁ ଫାର୍ମାସିଷ୍ଟ ମାନେ ସରକାରଙ୍କୁ ଗୁହାରି କରିଥିଲେ ।

nis-ad
Leave A Reply

Your email address will not be published.