ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍‌

ହୀରାକୁଦ: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଜି ଡ୍ୟାମର ୪ଟି ଗେଟ୍‌ ଖୋଲାଯାଇଛି । ପ୍ରାୟ ଦିନ ୧୨ଟାରେ ସୁଦ୍ଧା ପର୍ଯ୍ୟାୟକ୍ରମେ ୪ଟି ଗେଟ୍‌ ଖୋଲିବା ନେଇ ସୂଚନା ଦିଆଯାଇଛି । ଏ ନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ, ଡ୍ୟାମର ବାମ ପାର୍ଶ୍ବରୁ ୩ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାଯାଇଛି । ଆଗକୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଇଛି । ଆଜି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୧ ତାରିଖ ଯାଏ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

nis-ad
Leave A Reply

Your email address will not be published.