ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର ୧୯।୦୯ : ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ଦଶହରା ଭେଟି ଦେଇଛନ୍ତି ସରକାର । ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି ନବୀନ ସରକାର । ଫଳରେ ଏବେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତା ତା ଗତ ଜାନୁଆରୀ ପହିଲା ପିଛିଲା ଭାବରେ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି । ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନ ଉପଭୋକ୍ତାଙ୍କୁ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି  କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ  ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ଏହାସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ସେମାନଙ୍କୁ ପ୍ରଦାନ କରାଯିବ। ବର୍ଦ୍ଧିତ ଡିଏ ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କ ମୋଟ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ ।

nis-ad
Leave A Reply

Your email address will not be published.