କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ମୃତ୍ୟୁ ଘଟଣା, ୨ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

କେନ୍ଦୁଝର ୧୯।୦୯: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ପହଞ୍ଚିଲେ ରାଜ୍ୟସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଡ ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ ଶିଶୁ ବିଭାଗ ପରାମର୍ଶଦାତା ଏବଂ ଡ. ରଶ୍ମି ରଞ୍ଜନ ଶତପଥୀ, ରାଜ୍ୟ ଶିଶୁ ବିଭାଗ ଅତିରିକ୍ତ ନର୍ଦେଶକ ସାମିଲ ଅଛନ୍ତି।

ଖବର ଅନୁଯାୟୀ, ରବିବାର ଏହି ଘଟଣା ପରେ ରାଜ୍ୟ ସରକାର ତଦନ୍ତ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଛି l ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ସିସି କ୍ୟାମେରା ଦ୍ୱାରା ଯାଞ୍ଚ କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.