କୁଡୁମୁଲୁଗୁମ୍ମା ବ୍ଲକସ୍ତରୀୟ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

କୁଡୁମୁଲୁଗୁମ୍ମା(୧୯/୦୯) : ଆଜି ଦିବା ୧୧ ଘଟିକା ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଘୁନାଥ ମୁଣ୍ଡାରୀ ଯୋଗଦାନ କରିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ସାହୁ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଗଣ୍ଡ ପ୍ରସ୍ତାବିତ ୫T ବିଦ୍ୟାଳୟର ପ୍ରଧାନ ଶିକ୍ଷକ,୧୪ଗୋଟି କ୍ଲଷ୍ଟର C.R.C., ସହକାରୀ ବ୍ଲକ ଶିକ୍ଷାଧିକାରୀ କୃପାସିନ୍ଧୁ ଅମ୍ବାଗୁଡ଼ିଆ, ସହକାରୀ ବ୍ଲକ ଶିକ୍ଷାଧିକାରୀ ତଥା ବ୍ଲକ ସଂଯୋଜକ ଅଞ୍ଜନ ଚୌଧୁରୀ ସଭା ପରିଚାଳନା କରିଥିଲେ ଓଡିଶା ସରକାରୀଙ୍କ ଶିକ୍ଷା ବିଭାଗ ତରଫରୁ ନବୀକରଣ ଯୋଗ୍ୟ 5ଟି ବିଦ୍ୟାଳୟ ଗୁଡିକ ରକ୍ଷଣା ବେକ୍ଷଣା, ଆବଶ୍ୟକ ପଦକ୍ଷେପ ନେବା, ମୋ ସ୍କୁଲ ଅଭିଯାନ ମାଧମରେ ପାଣ୍ଠିର ବ୍ୟବସ୍ଥା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିସ୍ତାରିତ ଆଲୋଚନା କରିଥିଲେ l
ଏତଦ୍ ବ୍ୟତୀତ ଵାଣିଶ୍ରୀ,, ବିଦ୍ୟାଳୟର ସଭାପତି ଶୌଚାଳୟ ପାନୀୟ ଜଳର ବ୍ୟବସ୍ଥା, ନୂତନ ବିଦ୍ୟାଳୟ ମରାମତି, ତୁରନ୍ତ ନିର୍ମାଣ କରିବା, ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମୈଲିକ ଦିଗପ୍ରତି ଆଲୋଚନା କରାଯାଇଥିଲା ୫ଟି ବିଦ୍ୟାଳୟର ସମ୍ପୂର୍ଣ ରୂପାନ୍ତର କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀ ଶୁଶ୍ରୀ ଗାୟତ୍ରୀ ଦେବି ସମସ୍ତଙ୍କ ସହଯୋଗ କାମନା କରିଥିଲେ l

nis-ad
Leave A Reply

Your email address will not be published.