ସର୍ପାଘାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଜିଲ୍ଲାମାନଙ୍କରେ ସର୍ପଦଂଶନରେ ବହୁ ଲୋକ ମୃତ୍ୟୁବରଣ କରନ୍ତି। ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ସାପ କାମୁଡ଼ିବା ଏବଂ ଏଥିରେ ସଂଲଗ୍ନ ହୋଇଥିବା ଅନ୍ଧବିଶ୍ୱାସ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସର୍ପଦଂଶନ ସଚେତନତା ଦିବସ ଉପଲକ୍ଷେ ଉତ୍କଳ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲାର ଆଶ୍ରମ ପାଟଣା ମହାବିଦ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ନେକ୍ ହେଲ୍ପଲାଇନ, ଭୁବନେଶ୍ୱରର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ରୁସାର ଉପ ସଂଯୋଜକ ଡକ୍ଟର ବିଜୟ କୁମାର ସୁନ୍ଦରାୟ ଉଦଘାଟନ କରିଥିଲେ। ପ୍ରଫେସର ହୋତା ସାପ କାମୁଡ଼ିବା ଏବଂ ପୀଡିତଙ୍କ ପାଇଁ ଠିକ ସମୟରେ ଚିକିତ୍ସାର ଗୁରୁତ୍ୱ ଓ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ବିଷୟରେ ଆଲୋଚନା କରିଥିଲେ। ସାପ କାମୁଡିଲେ ଡ଼ାକ୍ତରୀ ସାହାଯ୍ୟ ନ ନେଇ ଲୋକ ମୃତ୍ୟୁବରଣ କରନ୍ତି | ବ୍ୟାପକ ସତର୍କତା ସହିତ ସଚେତନତାର ଅଭାବ ଏବଂ ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଏ ସବୁର ମୁଖ୍ୟ କାରଣ ବୋଲି ସୁନ୍ଦରାୟ ମତବ୍ୟକ୍ତ କରିଥିଲେ ।
ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଆଶିଷ ବେହେରା ଏବଂ ସିଲ୍କା ସାଲୋନି ସାପକାମୁଡା ପରବର୍ତ୍ତୀ ଅତ୍ୟାବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ | ସାପ କାମୁଡାରେ କିପରି ନିଜକୁ ରକ୍ଷା କରିବା ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହି ଡାକ୍ତର ପାଖକୁ ନେବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ରୁସାର ପ୍ରୋଗ୍ରାମ ମ୍ୟାନେଜର (ଗ୍ରାମୀଣ ବିକାଶ) ଅନନ୍ନ୍ୟା ପଟ୍ଟନାୟକ ସଂଯୋଜନା କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ରୁସାର ପ୍ରୋଗ୍ରାମ ମ୍ୟାନେଜର ଲିଜା ସ୍ୱାଇଁ ଓ ସ୍ଵାତି ଆଚାର୍ଯ୍ୟ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ଦାଶ ଏବଂ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ରୁସା ଆଉଟ୍.ରିଚ୍ ର ସଦସ୍ୟମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.