ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ଖେଳ ପଡ଼ିଆ ଠାରେ ଭୁଲିଆ ମେହେର ସମାଜ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ବଡ ଆଡମ୍ବର ସହ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦାନ କରିଛନ୍ତି । ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ,ଅତାବିରା ବିଧାୟକ ନିହାର ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡତିଆ ସାମିଲ ଥିଲେ ।
ଓଡିଶା ମାଟିର ବରପୁତ୍ର ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାହିତ୍ୟ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଭୁଲିଆ ସମାଜ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ବରଗଡ଼ ଓ ସୋନପୁରର ସୁତା କଳ କୁ ପୁଣିଥରେ ଆରମ୍ଭ କରିବା,ବୁଣାକାର ବଜାର ପାଇଁ କୋଡିଏ ଏକର ଜାଗା ପ୍ରଦାନ କରିବା ସହ ବୁଣାକାର ମାନଙ୍କ ପାଈଁ ବିରାଟ ବଜାର ନିର୍ମାଣ ଦାବି , ସୁତା ଉପରେ GST ଛାଡ଼ କରିବା ସହ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ ।
ଦାବୀ ପତ୍ର ପାଇବା ପରେ ଏହାକୁ ନେଇ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିଠାରୁ ଚାରି ଦିନ ଧରି ଚାଲିବ ଭୁଲିଆ ସମାଜ ଦ୍ଵାରା ସ୍ଵଭାଵ କବି ଗଙ୍ଗାଧର ମେହେରନଂ ଶ୍ରାଦ୍ଧ ଶତ ବାର୍ଷିକୀ କାର୍ଯ୍ୟକ୍ରମ ।