ମାଲକାନଗିରି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଜ୍ଞାନ ମେଳା ଆୟୋଜିତ

ମାଲକାନଗିରି,(୧୯।୯) : ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ର କରାଳ ଛାୟାରେ ସାରା ଦେଶ ତଥା ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଆଜି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବା ସହ ସ୍କୁଲ ପିଲାଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଆଜି ଛାତ୍ରୀଛାତ୍ର ମାନଙ୍କୁ ନେଇ ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଗ୍ରେସ୍‌ଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛିା ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ କୃପାସିନ୍ଦୁ ବେହେରା, ମୁଖ୍ୟବକ୍ତା ସବୁଜ ବାହିନୀ ପ୍ରଶିକ୍ଷକ ଦୁର୍ଯ୍ୟୋଧନ ପାତ୍ର, ସମ୍ମାନୀୟ ଅତିଥି ମେଡିସିନ୍ ବିସେଷଜ୍ଞ ଡଃ ପ୍ରଫୁଲ୍ଲ କୁମାର ବେହେରା, ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଚନ୍ଦନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ବର୍ତ୍ତମାନ ବିଶ୍ୱର ପରିବେଶ, ବିପଦରେ ପଡିଥିବା ବେଳେ ପ୍ରତିଦିନ ବିଭିନ୍ନ ଦେଶ ସହ ଆମ ଦେଶ ଓ ଆମ ରାଜ୍ୟରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅନେକ ଧନଜୀବନ, ଘରଦ୍ୱାର ନଷ୍ଟ ହେବା ସହ କରୋନା ଭଳି ନୁଆ ନୁଆ ରୋଗ ସୃଷ୍ଟି ହେଉଛିା ମାନବ ସମାଜ ଶାନ୍ତିରେ ବଞ୍ଚିବା କଷ୍ଟକର ହୋଇ ପଡିଛିା ଛାତ୍ରଛାତ୍ରୀ ମାନେ ବୈଜ୍ଞାନିକ ପଦ୍ଧତିରେ କିପରି ଏହି ପୃଥିବୀର ପରିବେଶକୁ ପରିବର୍ତ୍ତନ କରିହେବ ସେଥିପାଇଁ ଛାତ୍ରାବସ୍ଥାରୁ ବିଜ୍ଞାନ ସମ୍ବନ୍ଧୀୟ ନୁଆ ନୁଆ ମଡେଲ ପ୍ରସ୍ତୁତ କରି ଜନସାଧାରଣଙ୍କୁ ସଚେତନ କରିବା ସହ କିପରି ଜଳବାୟୁ ପରିବର୍ତ୍ତନ ହୋଇ ପାରିବ ସେ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ସହ ଆଗାମୀ ଦିନରେ ଏହାକୁ ପ୍ରୟୋଗ କଲେ ନିଶ୍ଚିତ ଭାବେ ପୂର୍ବ ଭଳି ସୁସ୍ଥ ପରିବେଶ, ସୁସ୍ଥ ଜଳବାୟୁ, ସୁସ୍ଥ ମାନବ ସମାଜ ଫେରି ଆସିବ ବୋଲି ଏହି ବିଜ୍ଞାନ ମେଳାରେ ଅତିଥି ମାନେ ଉଦ୍ୱୋଧନ ଦେଇଥିଲୋ ଏହି ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ମେଳାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମୋଟ ୫୦ଟି ପ୍ରକଳ୍ପ ପ୍ରଦର୍ଶନ କରା ଯାଇଛିା ଏହାକୁ ଦେଖିବା ପାଇଁ ବିଦ୍ୟାଳୟରେ ଅଭିଭାବକ ଏବଂ ସାଧାରଣ ଲୋକମାନଙ୍କ ଭିଡ ଦେଖିବାକ ମିଳିଥିଲ । ତେବେ ଏହି ମେଳାରେ ଉତ୍ତମ ପ୍ରକଳ୍ପ ଚୟନ ପାଇଁ ଏକ କମିଟି ଗଠନ କରା ଯାଇଥିଲା । ଯେଉଁମାନେ ଉପଯୁକ୍ତ ବିବେଚିତ ହେବେ ସେମାନଙ୍କୁ ଆଗାମୀ ଦିନରେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷା ସିଷ୍ଟର ଗ୍ରେସ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ଉମାଶଙ୍କର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.