ବିଜୁ ଜନତା ଦଳ କୁକୁଡାଖଣ୍ଡି ବ୍ଲକର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଲେ ବରିଷ୍ଠ ନେତା ସନାତନ ସଂଗ୍ରାମ ସିଂ

କୁକୁଡାଖଣ୍ଡି : ବିଜୁ ଜନତା ଦଳକୁ ଆହୁରି ସୃଦୁଢ କରିବା ନେଇ ଗତ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଜୋନ ସ୍ତରରେ ତଥା ମହାନଗର ସ୍ତରରେ ବିଭିନ୍ନ ପଦ ପଦବୀ ପାଇଁ ଦଳର ବରିଷ୍ଟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା l ସେହିପରି ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ଡ଼ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଭିନ୍ନ ବ୍ଲକ କମିଟି ଘୋଷଣା କରିଛନ୍ତି l ସେଥିମଧ୍ୟରୁ କୁକୁଡାଖଣ୍ଡି ବ୍ଲକ ବିଜେଡି କମିଟି ମଧ୍ୟ ଘୋଷଣା କରିଛନ୍ତି l ବ୍ଲକ କମିଟି ରେ ସାଧାରଣ ସମ୍ପାଦକ ଭାବେ ଦଳର ବରିଷ୍ଠ, ସାଙ୍ଗଠନିକ ଦକ୍ଷତା ଆଧାରରେ ଶ୍ରୀ ସନାତନ ସଂଗ୍ରାମ ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି l ଶ୍ରୀ ସଂଗ୍ରାମ ପୂର୍ବରୁ ଦଳର ବହୁତ ଗୁରୁତ୍ୱ କମିଟି ଓ ସମବାୟ ର ଜିଲ୍ଲା ଓ ରାଜ୍ୟରେ ଦାୟିତ୍ୱ ନେଇଥିଲେ ତାଙ୍କରି ବହୁତ ସାଙ୍ଗଠନିକ ଦକ୍ଷତା ରହିଛି lକମିଟି ଘୋଷଣା ପରେ କୁକୁଡାଖଣ୍ଡି ବ୍ଲକ ରେ ଛାତ୍ର, ଯୁବକ, ମହିଳା, ବରିଷ୍ଠ ବିଜେଡି ନେତୃବୃନ୍ଦ ବିପୁଳ ଉତ୍ସାହ ପରିଲକ୍ଷିତ ଦେଖିବାକୁ ମିଳିଛି l ବ୍ଲକ ସ୍ତରରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଇଥିବାରୁ ସଂଗ୍ରାମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଡ଼ ରମେଶ ଚ୍ୟାଉ ପଟ୍ଟନାୟକ, ସୂର୍ଯ୍ୟ ପାତ୍ର, ବିପ୍ଳବ ପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି l ସଂଗ୍ରାମଙ୍କୁ କୁକୁଡାଖଣ୍ଡି ବ୍ଲକ ର ଅଧକ୍ଷ କାମାକ୍ଷ ପାତ୍ର, ଉପାଧ୍ୟାକ୍ଷା ବିଷ୍ଣୁ ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ବ୍ଲକ ଯୁବ ସଭାପତି ସଞ୍ଜୟ ସାହୁ, ଛାତ୍ର ସଭାପତି ରାଧା ମୋହନ ସେଠି, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସରପଞ୍ଚ, ସମିତି ଓ ବରିଷ୍ଠ ବିଜେଡି ନେତୃବୃନ୍ଦ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

nis-ad
Leave A Reply

Your email address will not be published.