ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ

ଫୁଲବାଣୀ : ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥ୍‌ ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ,ଜିଲ୍ଲା ବିଜେପି ମହିଳା ନେତ୍ରୀ ତଥା ଫୁଲବାଣୀ ପୌରପରିଷଦ ଅଧକ୍ଷା ସ୍ମିତାରଣୀ ମହାନ୍ତି ଓ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଯୋଗଦେଇ ଥିବାବେଳେ ନଗରର ବିଜେପି କର୍ମକର୍ତା ଓ ବିଜେପି ବହୁ କର୍ମୀ ଏହି କାର୍ଯ୍ୟକର୍ମରେ ଯୋଗ ଦେଇଥିଲେ। ପ୍ରଥମେ ବିଜେପି ନଗର ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ମୋଦି ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାକୁ ତୃଣମୂଳ ସ୍ତରକୁଯାଇ ଏହାର ପ୍ରଚାର ପ୍ରସାର କରିବାକୁ ଆହ୍ବାନ ଦେଇଥିଲେ। ଐର ଖାରବେଳ ସ୍ବାଇଁ ରାଜ୍ୟ ବିଜେଡି ସରକାର ଉପରେ ବର୍ଷିଥିଲେ। କେନ୍ଦ୍ରୀୟ ଯୋଜନାକୁ ବିନେଡି ହଡପ କରୁଛି। ସାଧାରଣ ଲୋକଙ୍କ ପାଖରେ ଏହି ଯୋଜନା ପହଂଚି ପାରୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି କୃଷକଙ୍କ ପାଇଁ ଯୋଜନା ହେଉ ବିଜେଡି ସରକାର ଏ ସବୁ ଯୋଜନା ଲୋକଙ୍କ ପାଖରେ ସଠିକ ଢଙ୍ଗରେ ପହଞ୍ଚାଇ ପାରୁନାହିଁ। ଏହି କର୍ମଶାଳାରେ ଫୁଲବାଣୀ ନଗରର ସମସ୍ତ ୱାର୍ଡ଼ରୁ ତିନି ଶହରୁ ଉର୍ଦ୍ଧ୍ଵ ଲୋକ ବିଜେପି ଦଳରେ ସାମିଲ ହୋଇଥିଲେ ।ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୂଦୁଢ କରିବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ଜିଲ୍ଲା ସଭାପତି ଜଗନାଥ ସାହୁ ଓ ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତି ।

nis-ad
Leave A Reply

Your email address will not be published.