ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ଇଣ୍ଟରଷ୍ଟେଟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି ୫-ଟି ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ବିଡିଏ ଉପାଧ୍ୟାକ୍ଷ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ଆଇଏସବିଟି ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ।

ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ଆଇଏସବିଟି କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ। ବସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଇଏସବିଟି କାମର ଅଗ୍ରଗତି ସନ୍ତୋଷ ଜନକ ରହିଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମି ଉପରେ ନିର୍ମିତ ଆଇଏସବିଟି ବରମୁଣ୍ଡାରେ ପାର୍କିଂ, ଏଟିଏମ, ଫୁଡକୋର୍ଟ, ସପ, ରେଷ୍ଟୁରାଣ୍ଟ, କମର୍ସିଆଲ ସ୍ପେସ ଆଦିର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି। ସେଠାରୁ ଶହେରୁ ଅଧିକ ବସ ଚଳାଚଳର ବ୍ୟବସ୍ଥା କରାଯାଇଛି।

nis-ad
Leave A Reply

Your email address will not be published.