ନକଲି ବିଦେଶୀ ମଦ ତିଆରି ଅଭିଯୋଗ : ୪ ଗିରଫ

ବ୍ରହ୍ମପୁର : ନକଲି ବିଦେଶୀ ମଦ ତିଆରି ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ୪ ଜଣକୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ରାତିରେ ଟାମଣା ସିଆଳା ଅଚଂଳରେ ବେଆଇନ ଭାବେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ଖବର ପାଇ ବ୍ରହ୍ମପୁର ଏସ୍‌ପିଙ୍କ ଡ଼.ସର୍ବଣା ବିବେକ ଏମଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ତିଆରି ସାମଗ୍ରୀ କୁ ଜବତ କରିଛି ପୋଲିସ। ଏହି ସଂକ୍ରାନ୍ତରେ ଗୋଳନ୍ଥରା ଥାନା କେସ ନମ୍ବର୩୨୯/୨୨ରେ ୪ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ସୂଚନା ଦେଇଛନ୍ତି । ଘଚଂ ଜଙ୍ଗଲ ବେତଝରି ଗ୍ରାମର ଏକ ଝାଟିମାଟି ଘରେ ଏହି ନକଲି ମଦ ତିଆରି କାର୍ଯ୍ୟ ଚାଲୁ ରହିଥିଲା । ଏହା ଆଖପାଖ ଅଚଂଳରେ ବିକ୍ରି କରାଯାଉଥିବା ଜାଣିବାକୁ ମିଳିଛି । ଏହି ନକଲି ମଦ କାରବାର ଅଭିଯୋଗ ରେ ବଡ଼ବଜାର ଥାନା ଅନ୍ତର୍ଗତ ହରଡ଼ାଖଣ୍ଡି ଛକର ମୁନା ନାୟକ, ଆସିକା ରୋଡ଼୍ ସିତାରାମ ସାହିର ବୁଲୁ ପାତ୍ର, ଜଗବନ୍ଧୁ ସାହିର ସନ୍ୟା ସାହୁ, ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟର ଲିଲୁ ସାହୁକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ୪୦ ଲିଟର ସ୍ପିରିଟ, ୫୦୦ଟି ବିଭିନ୍ନ ବ୍ରାଣ୍ଡର ନକଲି ମଦ ବୋତଲ, ୩ ହଜାର ଠିପି, ବିଦେଶୀ କଂପାନୀ ଲେବୁଲ୍‌, ଏକ ଲିଟର କଲର ଓ ଗୋଟିଏ ଅଟୋକୁ ଜବତ କରାଯାଇଥିବା ଜଣାପଡ଼ିଛି ।ତେବେ ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ତଦନ୍ତ ଜାରି ରହିଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.