ସାପକାମୁଡ଼ାରେ ଯୁବକର ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋଵୀରା ଅଞ୍ଚଳର ପୁରୁଣା ଗିର୍ଜାଟୋଲି ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି | ଏହି ଅଞ୍ଚଳର ଜୋସେଫ ଖେଶ ଙ୍କ ପୁଅ ସନୀୟଶ ଖେସ ୨୮ ବର୍ଷକୁ ଗତ ତା:୦୬/୧୦/୨୪ ରିଖ ଦିନ ରାତ୍ରରେ ଶୋଇଥିବା ବେଳେ ଗୋଟିଏ ବିଷାକ୍ତ ସାପ କାମୁଡି ଥିବାରୁ ଗୁରୁତର ହୋଇଥିଲେ | ଘର ଲୋକ ଜାଣିବା ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ରାଉଲକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଗତ ତା: ୦୭/୧୦/୨୪ ରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ସନୀୟଶଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ | ବିଳମ୍ବ ହେଇଥିବାରୁ ଶବକୁ ସଭାଗୃହରେ ରଖା ଯାଇଛି | ଆଜି ମୃତକଙ୍କ ପିତା ଜୋସେଫ ଆଜି କୁଆଁରମୁଣ୍ଡା ଫାଣ୍ଡିରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ | ଫାଣ୍ଡି ଏ ଏସ ଆଇ ଶ୍ରନିବାସ ଦାସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଆଜି ବ୍ୟବଚ୍ଛେଦ ପରେ ଘୋର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ |

nis-ad
Leave A Reply

Your email address will not be published.