ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ନିଯୁକ୍ତ

ହିଞ୍ଜିଳିକାଟୁ : ବିଜେଡି ସଭାପତି ,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ପ୍ରତିନିଧି ଘୋଷଣା କରିଛନ୍ତି। ହିଞ୍ଜିଳି ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି କିଏ ହେବ କିଏ ହେବ ବୋଲି ନିର୍ବାଚନ ମଣ୍ଡଳୀ ରେ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ବହୁ ତୁଙ୍ଗ ତୁଙ୍ଗ ନେତାମାନେ ମୁହାଁ ମୁହିଁ କଥୋପକଥନ ରେ ଜିଜ୍ଞାସା ପ୍ରକାଶ କରିଥିଲେ। ତାହାର ପୁର୍ଣ୍ଣଛେଦ ପଡ଼ିଛି ‌।ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର ପରିବର୍ତ୍ତନ କରାଯାଇଛି। ପୂର୍ବତନ ପ୍ରଶାସକ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଜିଲା ପରିଷଦ ପ୍ରତିନିଧି କରି ଗତ ୧୦ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱରେ ରଖିଥିଲେ। ବର୍ତ୍ତମାନ ଏହି ଜିଲ୍ଲା ପରିଷଦ ପ୍ରତିନିଧି ଭାବରେ ଦଳର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି।
ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ପ୍ରତିନିଧି ଭାବେ ଜିଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଶେରଗଡ଼ ବ୍ଲକ ପ୍ରତିନିଧି ଭାବେ ଦିଗାମ୍ବର ନାହାକ ଓ ହିଞ୍ଜିଳିକାଟୁ ପୌର ପରିଷଦ ପ୍ରତିନିଧି ଭାବେ ପ୍ୟାରୀମୋହନ ପାଢିଙ୍କୁ ଚୟନ କରାଯାଇଛି। ଏ ନେଇ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଚିଠି ଦ୍ବାରା ଗଞ୍ଜାମ ଜିଲାପାଳଙ୍କୁ ଜଣାଇଛନ୍ତି। ସୋମବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେଡିର ଆଗଧାଡିର ବହୁ ନେତା ଭୁବନେଶର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା ପରେ ଏହି ଘୋଷଣା ହୋଇଛି। ଖୁବଶୀଘ୍ର ପୌରାଞ୍ଚଳ ଓ ବ୍ଲକର ସଭାପତି ପଦବୀ ମଧ୍ୟ ଘୋଷଣା ହେବ ବୋଲି ଦଳୀୟ ନେତାଙ୍କ ସୂତ୍ରରୁ ପ୍ରକାଶ।

nis-ad
Leave A Reply

Your email address will not be published.