ସାହାରା ଇଣ୍ଡିଆ କଂପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ରହ୍ମପୁର : ଜମାରାଶୀ ଫେରସ୍ତ ଦେଉନଥିବା ସାହାରା ଇଣ୍ଡିଆ କଂପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ସାହାରା ଜମାକାରୀ ମଂଚ ପକ୍ଷରୁ ଆଜି ବ୍ରହ୍ମପୁର ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସାହାରା ଜମାକାରୀ ମଂଚ ପକ୍ଷରୁ ସାହାରା ଇଣ୍ଡିଆ କଂପାନୀ ବିଭିନ୍ନ ଯୋଜନା ଆଳରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସାହାରା କ୍ରେଡ଼ିଟ୍ କର୍ପୋରେଟିଭ୍ ସୋସାଇଟି ଲିମିଟେଡ଼୍‌, ସାହାରା ଇଣ୍ଡିଆ କ୍ରେଡ଼ିଟ୍ କର୍ପୋରେଟିଭ୍ ସୋସାଇଟି ଲିମିଟେଡ଼୍‌, ସାହାରିୟାନ୍ ୟୁନିଭରସିଆଲ୍ ମଲ୍ଟିପ୍ରୋପଜ୍ ସୋସାଇଟି ଲିମିଟେଡ଼୍ ନାମରେ ଜମାକାରୀ ମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ନେଇଛି । ତେବେ ଜମା ସମୟ ଅବଦ୍ଧି ପରିସମାପ୍ତି ଘଟିଥିଲେ ମଧ୍ୟ କଂପାନୀ ପକ୍ଷରୁ ଜମାକର୍ତାଙ୍କ ଜମାରାଶୀ ଫେରାଇନାହିଁ । ଫଳରେ ବହୁ ଜମାକର୍ତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଜମାକାରୀଙ୍କ ଜମାରାଶୀ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କଂପାନୀ ଅର୍ଥରାଶୀ ଫେରାଇବାରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ତେଣୁ ତୁରନ୍ତ ଜମାରାଶୀ ଫେରସ୍ତ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ପିଙ୍କୁ ସାହାରା ଜମାକାରୀ ମଂଚ ପକ୍ଷରୁ ଗୁହାରି କରାଯାଇଛି । ମଂଚ ସଭାପତି ବିଜୟ କୁମାର ପାଢ଼ୀ, ସଂପାଦକ ସଂଜିବ କୁମାର ପଣ୍ଡାଙ୍କ ସମେତ ବହୁ କର୍ମକର୍ତା ଆଜି ବ୍ରହ୍ମପୁର ଏସ୍ ପିଙ୍କ ଦ୍ୱାରସ୍ତ ହୋଇଥିଲେ ।

nis-ad
Leave A Reply

Your email address will not be published.