ଫୁଲବାଣୀ ପୌର ପରିଷଦରେ ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟର ପ୍ରତିବାଦ…

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ପକ୍ଷରୁ ପଟାଧାରୀ ମାନଙ୍କ ହୋଲଡିଂ ଟିକସ ବଢାଇବାକୁ ଗତ ୨୦-୨୧ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଓଡିଶା ସରକାର ୫ଟି ମହାନଗର ନିଗମ ପାଇଁ ପ୍ରସ୍ତୁତ କରିଥିବା ହୋଲଡିଂ ଟିକସ ଆଇନ ଫୁଲବାଣୀ ପୌର ପରିଷଦରେ ଲଗାଇବାକୁ ଯାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଫୁଲବାଣୀ ସହରରେ ବହୁତ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ର ଲୋକ।ବସବାସ କରୁଥିବା ବେଳେ ପୂର୍ବ ଟିକସ ଠାରୁ ବହୁଗୁଣିତ ଟିକସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗତ ଚାରିବର୍ଷ ଧରି ଜନ ସାଧାରଣ ଅଭିଯୋଗ କରିଆସୁଥିବାବେଳେ ନଗର ଉନ୍ନୟନ ବିଭାଗ କୌଣସି ପଦକ୍ଷେପ ନେଉ ନାହାଁନ୍ତି।ଏସଂକ୍ରାନ୍ତରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏଭଳି ଅଗଣତାନ୍ତ୍ରିକ ଅତ୍ୟୁଚ ଟିକସ ବୃଦ୍ଧିକୁ ନାପସନ୍ଦ କରି ସ୍ୱଳ୍ପ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ।ରାଜ୍ୟ ନଗର ଉନ୍ନୟନ ବିଭାଗ ବିନା ନିର୍ବାଚିତ କାଉନସିଲରେ ଟିକସ ବୃଦ୍ଧି କରିଥିବା ରୁ ଜନ ସାଧାରଣ ଘୋର ବିରୋଧ କରିଛନ୍ତି। ଫୁଲବାଣୀ ସହରରେ ପୌର ପରିଷଦ ପକ୍ଷରୁ କୌଣସି ଆଖିଦୃଶିଆ ଉନ୍ନୟନ ହୋଇ ନଥିବା ବେଳେ କେଉଁ ଆଧାରରେ ଟିକସ ବୃଦ୍ଧି କରା ଯାଉଛି ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଛି।ମିଳିତ ନାଗରିକ କମିଟି ପକ୍ଷରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ,ନଗର ଉନ୍ନୟନ ବିଭାଗ କୁ ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।ବର୍ଦ୍ଧିତ ଟିକସ କମକରିବା ପାଇଁ ନାଗରିକ କମିଟି ସହ ଆଲୋଚନା ମଧ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଇନାହିଁ। ଚତୁର୍ଥ ଶ୍ରେଣୀ କାଟେଗୋରୀରେ ଫୁଲବାଣୀ ପୌର ପରିଷଦ ଆସୁଥିବା ବେଳେ ଏକ ନମ୍ବର ଟିକସ ଆଦାୟ ପାଇଁ ପଦକ୍ଷେପ ନେବା ଦୁର୍ଭାଗ୍ୟ ଜନକ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗ ଆଲୋଚନା ମାଧ୍ୟମରେ ସମାଧାନ ନକଲେ ଜନ ସାଧାରଣ ରାଜ ରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.