ମସ୍ତିଷ୍କଜ୍ବରରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅକାଳ ବିୟୋଗ

ବୁଗୁଡ଼ା (୧୨/୦୯) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରିଧିରାଣୀ ସାହୁଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସେ ମସ୍ତିଷ୍କ ଜ୍ବରରେ ପିଡୀତ ଥିଲେ । ଗତକାଲି ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ଏବଂ ତା’ପରେ ଭୁବନେଶ୍ବରକୁ ନେଉଥିବା ବେଳେ ଟାଙ୍ଗି ନିକଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ମର ଶରୀର ବୁଗୁଡ଼ା ପଥୁରିଆ ସାହି ଘରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସାହି ବାସିନ୍ଦାଙ୍କ ସମେତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଏହା ପରେ ଶୋକାକୁଳ ପରିବେଶରେ ସ୍ଥାନୀୟ ଶ୍ମଶାନରେ ରିଧିରାଣୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ୟପକ୍ଷରେ, ଆଜି ଆଦର୍ଶ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏ ଅବସରରେ ରିଧିରାଣୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।

nis-ad
Leave A Reply

Your email address will not be published.