ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରୁ କାଲିମେଳା ବସ ସେବାର ଶୁଭରମ୍ଭ ଏବଂ ତେରଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ଚିତ୍ରକୋଣ୍ଡା (୦୯/୦୯) : ସ୍ୱାଧୀନତାର 75 ବର୍ଷ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ବହୁ ଦିନର ଦୁଃଖ ପୂରଣ କଲେ ସରକାର l ବିଚ୍ଛିନ୍ନାଞ୍ଚଳର ନଅ ଗୋଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡି ଓ ଯନ୍ତ୍ରୀ ସମ୍ପୂର୍ଣ ବସ ସେବାରୁ ବଞ୍ଚିତ ଥିଲେ ମାତ୍ର ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ଏବଂ ବିଛିର୍ନାଞ୍ଚଳ କୁ ସ୍ୱାଭିମାନ ଅଞ୍ଚଳ ନାମରେ ନାମିତ କଲା ପରେ ସ୍ୱାଭିମାନ ଅଞ୍ଚଳ ର ପାପରମେଟେ ଲା ପଞ୍ଚାୟତ ଯନ୍ତାପାଇ ପର୍ଯ୍ୟନ୍ତ ବସ ଚଳାଚଳ କରୁଥିବା ଫଳରେ ସ୍ୱାଭିମାନ ଅଂଚଳର ଚାରିଗୋଟି ପଞ୍ଚାୟତ ବସ ସେବା ର ଫାଇଦା ଉଠାଇ ପାରିଲେ କିନ୍ତୁ ସ୍ୱାଭିମାନ ଅଂଚଳର ଅବଶିଷ୍ଟ ପାଞ୍ଚ ଗୋଟି ପଞ୍ଚାୟତ ଯୋଡ଼ାମ୍ବ, ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ଓ ଗାଜୁଲୁମାମୁଡି ପଞ୍ଚାୟତ ର ଜନସାଧାରଣ ଦୀର୍ଘ ଦିନ ହେଲା ବସ ଚଳାଚଳ ନିମନ୍ତେ ଜଣାଇ ଆସୁଥିଲେ ମଧ୍ୟ ବସ ଚଳାଚଳ ହୋଇ ନଥିଲା ଆଜି ସରକାର ଅନୁମତି କ୍ରମେ ମାଲକାନଗିରି ଜିଲାପାଳ ଵିଶାଲ ସିଙ୍ଗ ଙ୍କ ନିର୍ଦେଶ କ୍ରମେ ଆନୁଷ୍ଠାନିକ ଭାବରେ ଯନ୍ତାପାଇ ଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ବସ ସେବା ଉଦଘାଟନ ହେବା ସହିତ ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଠାରୁ କାଲିମେଳା ବସ ସେବା ର ଉଦଘାଟନ କରାଯାଇ ଶୁଭରମ୍ବ କରାଯାଇଛି l ଉକ୍ତ ବସ ଶୁଭରମ୍ଭ କାର୍ଯ୍ୟକ୍ରମ ରେ ଅତିଥିଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ମାଲକାନଗିରି ଜିଲା ଆରଟିଓ ଅଧିକାରୀ,ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ବହୁ କର୍ମଚାରୀ ଯୋଗ ଦେଇ ବସ ସେବାର ଉଦଘାଟନ ସହ ଯୋଡ଼ାମ୍ବ ରୁ କାଲିମେଳା କୁ ବସ ସେବାର ଶୁଭାରମ୍ଭ କରିଛନ୍ତି l ଉକ୍ତ ବସ ସେବା କାର୍ଯ୍ୟକ୍ରମ କୁ ସ୍ୱାଭିମାନ ଅଞ୍ଚଳ ର ପ୍ରତି ଗାଁ ମୁଣ୍ଡ ଛକ ଠାରୁ ଜନସାଧାରଣ ପ୍ରସେସନ ମାଧ୍ୟମରେ ପାଛୋଡ଼ି ନେଇଥିଲେ l ସେଇଭଳି ରାଜସ୍ବ ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳରେ ଏକ କ୍ୟାମ୍ପ ର ଆୟୋଜନ କରି ଅତିଥି ମାନଙ୍କ ଦ୍ଵାରା ତେର ଶହରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା l ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ସରପଞ୍ଚ ପିଙ୍କି ହନ୍ତାଳ, ପଣଷପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ, ଗାଜୁଲୁମାମୁଡି ସରପଞ୍ଚ ବଳରାମ ଗଲରି, ପାପରମେଟେଲା ସରପଞ୍ଚ ନରସିଙ୍ଗ ସିନ୍ଧେରୀ, ରାଲେଗଡା଼ ସରପଞ୍ଚ କମଳୁ ହନ୍ତାଳ, ବଡ଼ପଡା ସରପଞ୍ଚ ନିଲୁ ଖିଲ ଏବଂ ଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡ଼ି ସ୍ୱାଭିମାନ ଅଞ୍ଚଳ କୁ ବସ ସେବା ଏବଂ ତେର ଶହରୁ ଉର୍ଦ୍ଧ ଜନସାଧାରଣ ଙ୍କୁ ଜଙ୍ଗଲଜମି ପଟ୍ଟା ଯୋଗାଇ ଦେଇଥିବାରୁ ସରକାର ତଥା ଜିଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.