ନିଖିଳ ଉତ୍କଳ ବାରିକ ସମିତି ବେଜ(ଭଣ୍ଡାରୀ)ମାନଙ୍କ ଦୁଇଦିନିଆ ମହାସଭା

ଚିକିଟି : ଚିକିଟି ପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଧର୍ମଶାଳା ରେ ନିଖିଳ ଉତ୍କଳ ବାରିକ ସମିତି ବେଜ (ଭଣ୍ଡାରୀ) ମାନଙ୍କ ଦୁଇଦିନିଆ ମହାସଭା ତା-୦୮ ଓ ୦୯.୦୯.୨୦୨୨ରିଖ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଯୋଗ ଦେଇ ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନ ନିମନ୍ତେ ପ୍ରଥମେ ଏକତା ବଜାୟ ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ l ସରକାରଙ୍କ ଠାରୁ ବିଭିନ୍ନ ସୁବିଧା ସୁଯୋଗ ହାସଲ କରିବା ପାଇଁ ଆମର ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା କେତେ ସେହି ବିଷୟରେ ଅନେକ ଉଦାହରଣ ଦେଇ ବୁଝାଇଥିଲେ l କେନ୍ଦ୍ରାଞ୍ଚଳ ସମ୍ପାଦକ ଶ୍ରୀ ଗୌରୀ ପ୍ରସାଦ ଡାକୁଆ ଅଣ ସଙ୍ଗଠିତ ଶ୍ରମିକ ପରିଚୟ ପତ୍ର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ପ୍ରାପ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ l ସାତଟି ଅଞ୍ଚଳରେ ପ୍ରତିନିଧିତ୍ଵ କରୁଥିବା ବିଭିନ୍ନ ସଭାପତି ଓ ସମ୍ପାଦକ ନିଜ ନିଜ ମଧ୍ୟରେ ଥିବା ଭାତୃଭାବ ବଜାୟ ରଖିବା ସହ ସଂଗଠନକୁ ଦୃଢ଼ ଭାବରେ ଗଢି ତୋଳିବାକୁ ଜାତି ଭାଇମାନେ ଆଗେଇ ଆସିବାକୁ ନିବେଦନ କରିଥିଲେ l ପଦ୍ମନାଭ ପୁର, ନୂଆପଡା, ଖରିଆଗୁଡ଼ା, ସୁରଙ୍ଗୀ, ସୋମପେଣ୍ଠ, ଖାଲସା ଓ ଚିକିଟି ୭ଟି ଅଂଚଳର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଜାତିଭାଇ ଏହି ସଭାରେ ଯୋଗ ଦେଇଥିଲେ l ଦ୍ଵିତୀୟ ଅଧିବେଶନରେ ଏହି ଅଞ୍ଚଳ ତଥା କେନ୍ଦ୍ରାଞ୍ଚଳର ସାଙ୍ଗଠନିକ ନିର୍ବାଚନ କରିବା ପାଇଁ ଚଳିତ କମିଟିକୁ ସଭାପତି କୁଞ୍ଜବିହାରୀ ବେଜ ଭଙ୍ଗ ଘୋଷଣା କରିଥିଲେ l ନିର୍ବାଚନ/ଚୟନ ଆଧାରରେ ନୂତନ କେନ୍ଦ୍ରାଞ୍ଚଳ ସଭାପତି ଭାବରେ ବିଶ୍ୱନାଥ ବେଜ, ସମ୍ପାଦକ ନାରାୟଣ ବେଜ, ଉପ-ସଭାପତି ଜନାର୍ଦ୍ଦନ ବେଜ, ସହ-ସମ୍ପାଦକ ପ୍ରଫୁଲ୍ଲ କୁମାର ବେଜ ମନୋନୀତ ହୋଇଥିଲେ l କେନ୍ଦ୍ରାଞ୍ଚଳର ମହାସଚିବ ଭାବରେ ଶ୍ରୀଯୁକ୍ତ ଗୌରୀ ପ୍ରସାଦ ଡାକୁଆ ଓ ଡଃ ଶଙ୍କର ନାରାୟଣ ବେଜଙ୍କୁ ମନୋନୀତ କରାଯାଇଛି l ସମାଜକୁ ଗୌରବାନ୍ୱିତ କରିଥିବା ପ୍ରାଥମିକ ଶିକ୍ଷକ ଡଃ ଶଙ୍କର ନାରାୟଣ ବେଜ, ଅଧ୍ୟାପିକା ଶ୍ରୀମତୀ ମଞ୍ଜୁ ଡାକୁଆ,ସାମ୍ବାଦିକ ଲକ୍ଷ୍ମୀ ଚରଣ ବେଜ, ରବୀନ୍ଦ୍ରନାଥ ଡାକୁଆ, ଦୈତାରୀ ବେଜ, ପ୍ରସାଦ ବେହେରା, ଭାସ୍କର ଡାକୁଆ, ଭାରତୀୟ ଯବାନ ବୈକୁଣ୍ଠନାଥ ବେଜଙ୍କୁ ମାନପତ୍ର ଉପଢୌକନ ଦେଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.