ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗୀର(୦୯/୦୯) : ଟିଟିଲାଗଡ଼ ସ୍ଥିତ ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି | ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରେ ତତ୍କାଳୀନ ଓଡ଼ିଶା ରାଜ୍ୟ ପାଳ ଶ୍ରୀ ଅଯୋଧ୍ୟା ନାଥ ଖୋସଲା ଙ୍କ ଉଦ୍ୟମ ଦ୍ଵାରା ଏହି ମହା ବିଦ୍ୟାଳୟ ପ୍ରତଷ୍ଠା ହୋଇଥିଲା | ଅନେକ ଘାତ ପ୍ରତିଘାତ ପାର କରି ଏହା ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ. ଜି. ସି.) ଦ୍ଵାରା ୨୦୦୯ ମସିହା ଠାରୁ ସ୍ଵୟଂ ଶାସିତ ମାନ୍ୟତା ପାଇ ଅଛି | କଲେଜ ପକ୍ଷରୁ ଆୟୋଜିତ ଆଜିର ୫୫ ତମ ପ୍ରତଷ୍ଠା ଦିବସ କାର୍ଯ୍ୟକ୍ରମ ରେ କଲେଜ୍ ର ପ୍ରିନ୍ସିପାଲ ମେଜର ଡ. ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରି ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ୍ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ କଲେଜ୍ କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଥିଲେ | ମୁଖ୍ୟ ବକ୍ତା ଭାବରେ ତିରୁପତି ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ଡ. ହରେକୃଷ୍ଣ ଶତପଥୀ ଯୋଗଦେଇ ବିଦ୍ୟା ମନୁଷ୍ୟ କୁ ମୁକ୍ତି ର ପଥ ପ୍ରଦର୍ଶନ କରେ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ମାନବିକତା ର ମନ୍ତ୍ର ରେ ଅଭିମନ୍ତ୍ରିତ ହେବା ପାଇଁ ଆହ୍ବାନ ଦେଇଥିଲେ | ଅନ୍ୟତମ ସମ୍ମାନିତ ଅତିଥି ପଦ୍ମଶ୍ରୀ ହଳଧର ନାଗ କୋଶଲ ମାଟିର ଜୟ ଜୟ ଗୀତ ଗାଇ ସମ୍ବଲପୁରୀ – କୋଶଲୀ ଭାଷାରେ ମା, ମାଟି ଏବଂ ସମ୍ବଲପୁରୀ କୋଶଲୀ ମାତୃଭାଷା ର ପ୍ରଚାର ପ୍ରସାର କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ | କଲେଜ୍ ପରିଚାଳନା କମିଟି ର ଅଧ୍ୟକ୍ଷ ଡ. ଦୋଳଗୋବିନ୍ଦ ବିଶି ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ ରୁ ଦୂରରେ ରହି ପାଠ୍ୟ ପୁସ୍ତକ ରେ ଅଧିକ ସମୟ ଦେବା ପାଇଁ ପରାମର୍ଶ ଦେଇଥିଲେ I ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଣବ ପୁରୋହିତ ପରୀକ୍ଷା ପରିଚାଳନା ଉପରେ ତଥ୍ୟ ରଖିଥିବା ବେଳେ କଲେଜ ର ପରୀକ୍ଷା ନିୟନ୍ତ୍ରକ ଡ. ଉମେଶ ଚନ୍ଦ୍ର ସାହୁ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସ୍ଵର୍ଣ୍ଣ ପଦକ ବଣ୍ଟନ ର ବ୍ୟବସ୍ଥା ଉପରେ କହିଥିଲେ | ଏହି ଅବସରରେ କଲେଜ ପରିଚାଲଣା କମିଟି ସଦସ୍ୟ ଶ୍ରୀ ଅରୁଣ ମିଶ୍ର, ସରପଞ୍ଚ ମୁକେଶ ଜୈନ ଏବଂ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଗୀତା ବିଶି ଉପସ୍ଥିତ ଥିଲେ Iସଭା ପ୍ରାରମ୍ଭରୁ ଅଧ୍ୟାପିକା ବନ୍ଦନା କର ଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଭାରତ ଗୀତିକା ଗାନ କରା ଯାଇଥିଲା Iଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ମେମୋରିଆଲ ପ୍ରାଇଜ ବଣ୍ଟନ ର ଦାୟିତ୍ଵ ନେଇଥିଲେ I ଏହି ଅବସର ରେ ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ରମାକାନ୍ତ ବେହେରା, ପ୍ରାଧ୍ୟାପକ କୃଷ୍ଣ ଚନ୍ଦ୍ର ଶତପଥୀ, ଅଧ୍ୟାପକ ସଞ୍ଜୀବ ତ୍ରିପାଠୀ, ଅଧ୍ୟାପକ ଜୟଦେବ କର, ଅଧ୍ୟାପକ ରାକେଶ ସେଠୀ, ଅଧ୍ୟାପକ ବୈଷ୍ଣବ କବାଟ, ଅଧ୍ୟାପକ ବେଦବର ରଣା, ମୁଖ୍ୟ କିରାଣୀ ବିନୋଦ ପଟ୍ଟନାୟକ, ଚିର ପଟ୍ଟନାୟକ ତଥା ଏନସିସି ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.