ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ

ମାଲକାନଗିରି (୦୯/୦୯) : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ବର୍ଷ ୨୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବୁଝାଇଥିଲେ । ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମାଲକାନଗିରି ଜିଲ୍ଲା ଶିଳ୍ପ କେନ୍ଦ୍ର ତରୁଣ କାନ୍ତ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଉଦ୍ୟୋଗୀକାରୀ ହୋଇ ମାଲିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିବା ସହିତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାର ଙ୍କ ନୀତି ନିୟମ ଏବଂ ଆର୍ଥିକ ସୁବିଧା, ଆଇନ ପରାମର୍ଶ ଏବଂ ଆର୍ଥିକ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଥିଲେ । ଡ଼ି.ଏସ.ପି ରବୀନ୍ଦ୍ରନାଥ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଚିନ୍ତାଧାରା ଆଗକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରକଳ୍ପ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଷ୍ଟାର୍ଟ ଅପ ଓଡ଼ିଶା ତରଫରୁ ଧୃତିମୁନ୍ଦର ଦାସ ଏବଂ ଅର୍ଣ୍ଣିବାଶ ଭଟ୍ଟାଚାର୍ଯ୍ୟ ଯୋଗଦାନ କରି ଓଡ଼ିଶାର ବିଭିନ୍ନ ଉଦ୍ୟୋଗ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ପୁରାତନ ଛାତ୍ର ଆଡ଼ାମ ରାବା, ରବି ରାଜେଶ ସମେତ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରି ଉଦ୍ୟୋଗୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉମେଶ ଚନ୍ଦ୍ର ରାଉତ, ନମିତା ଦଣ୍ଡସେନା, ଡ଼ଃ. ଗୋକୁଳାନନ୍ଦ ପାତ୍ର, ପ୍ରମିୟ କୁମାର ମହାନ୍ତି, ସୁଶାନ୍ତ ମାଝୀ, ପ୍ରେମରେଖା ଭତ୍ରା ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୁଭଶ୍ରୀ ଦଣ୍ଡପାତ, ବି. ଗୁପ୍ତେଶ୍ଵର ରାଓ, ଜିମୁତ ନାୟକ, ଅରୁଣ ପାଣ୍ଡରାଙ୍କୀ ସହଯୋଗ କରିଥିଲେ । ସଭା ଶେଷରେ ଗୌତମ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.