ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୁଇ ସମାଜର ଏତଲା

ଦାରିଙ୍ଗବାଡ଼ି (୯/୯) : ଆଦିବାସୀଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଛି । ଆଦିବାସୀ ଭାରି ଭୟଙ୍କର, ସମାଜ ଓ ସଂସ୍କୃତିକୁ ପାଣି ଫିଙ୍ଗା ଭଳି, ଆଦିବାସୀ ଶବ୍ଦ କଳଙ୍କିତ, ଏହାକୁ ହଟାଯିବା ଦରକାର ବୋଲି ଏକ ଓଡ଼ିଆ ଟିଭି ଚ୍ୟାନେଲରେ ଏଭଳି ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି କୁଇକୁଳ ସମିତି । ଥାନାରେ ଏତଲା ଦେବା ସମୟରେ କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନ ସମେତ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.