ଭୂ- ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ…


ସୁନ୍ଦରଗଡ଼, 07/09: ଭୂ-ଅଭିଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ, କଟକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସି ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟ ର ସମୀକ୍ଷା କରିଥିଲେ I ବୈଠକରେ ବିଶେଷ କରି ଜିଲ୍ଲା ରେ ହାଇଟେକ୍ ସର୍ଭେ ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା I ପ୍ରତି ତହସିଲ୍ ରେ ହାଇ ଟେକ୍ ସର୍ଭେ ସମ୍ପର୍କିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ସେହି କାର୍ଯ୍ୟ ଖସଡା ଅନୁଯାୟୀ ସର୍ଭେ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମହାପାତ୍ର ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯାହା ଦ୍ୱାରା କି ଆସନ୍ତା 2023 ଜୁନ୍ ମାସ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ହାଇଟେକ୍ ସର୍ଭେ ସଫଳତା ପୂର୍ବକ ଶେଷ ହୋଇ ପାରିବ ଏବଂ ଜନସାଧାରଣ ମଧ୍ୟ ଉପକୃତ ହୋଇ ପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ I


ଏହି ବୈଠକରେ ସେଟେଲମେଣ୍ଟ ଅଧିକାରୀ, ସମ୍ବଲପୁର ଶ୍ରୀ ପ୍ରଦୀପ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ଅଭିମନ୍ୟୁ ବେହେରା, bonei ଉପଜିଲ୍ଲାପାଳ ଶ୍ରୀ ସରଞ୍ଜନ ସାହୁ, ଅତିରିକ୍ତ ଉପଜିଲ୍ଲାପାଳ, ପାନପୋଷ ଶ୍ରୀମତୀ ସଂଯୁକ୍ତା କୁଲ୍ଲୁ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ସହାୟକ ଜିଲ୍ଲାପାଳ ଓ ହାଇଟେକ୍ ଗ୍ରୁପ୍ ର ପ୍ରକଳ୍ପ ପରିଚାଳକ ଶ୍ରୀ ନିଗମ ମହାନ୍ତି ଉପସ୍ଥିତ ଥିଲେ I
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.