ସାପ କାମୁଡ଼ାରେ ପାଗଳ ବ୍ୟକ୍ତି ଆହତ


ବୁଗୁଡ଼ା (୦୭/୦୯) : ନିକଟସ୍ଥ ଷୋଳମଇଲି ଠାରେ ରହୁଥିବା ଚନ୍ଦ୍ର ସିଂ ନାମକ ଜନୈକ ପାଗଳ ବ୍ୟକ୍ତି ଆଜି ସକାଳେ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ସାଢେ ଦଶଟା ବେଳେ ପାଗଳ ଚନ୍ଦ୍ର ସିଂ ଏକ ନାଗ ସାପକୁ ଧରିବା ବେଳେ ସାପଟି ତା’ର ଡାହାଣ ହାତକୁ କାମୁଡି ଦେଇଥିଲା । ତଥାପି ସେ ପାଗଳାମି ଯୋଗୁଁ ବିଷଧର ସାପଟିର ମୁଣ୍ଡକୁ ଧରି ବଡଶଙ୍ଖ ପଟରୁ ଷୋଳମଇଲି ଆଡକୁ ଚାଲି ଚାଲି ଯାଉଥିବା ବେଳେ ସେହି ରାସ୍ତାରେ ଆସୁଥିବା ଲୋକେ ସାପଟିକୁ ଛାଡିଦେବା ପାଇଁ କହୁଥିଲେ ହେଁ କାହାରି କଥା ସେ ନ ଶୁଣି ଆଗକୁ ମାଡି ଚାଲିଥିଲା । ଏ ଖବର ପାଇ ତା’କୁ ସଦାବେଳେ ଖାଇବାକୁ ଦେଉଥିବା ଷୋଳମଇଲିର ଜଣେ ଲୋକ ଆସି ତାଗିଦ୍ କରିବା ପରେ ସେ ସାପଟିକୁ ପାଖ ବିଲକୁ ଫୋପାଡ଼ି ଦେଇଥିଲା । ତା’ର ଡାହାଣ ହାତର ସେହି କ୍ଷତ ଜାଗାରୁ ରକ୍ତ ବାହାରୁଥିବାରୁ ଲୋକେ ତାକୁ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ସେଠାରେ ସେ ବାନ୍ତି ଓଝାଳ କରିଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ତାହାର ଅବସ୍ଥାରେ ଟିକେ ସୁଧାର ଆସିଥିଲା । ପ୍ରକାଶ ଯୋଗ୍ୟ ଯେ, ଏହି ଅଣଓଡ଼ିଆ ପାଗଳ ବ୍ଯକ୍ତି ଜଣକ ଲକ୍ ଡାଉନ୍ ସମୟରେ କେଉଁ ଆଡୁ ଆସି ଷୋଳମଇଲି ଛକରେ ରହିଆସୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଦୟା ପଡି ଖାଇବାକୁ ଦେଉଥିଲେ ।

nis-ad
Leave A Reply

Your email address will not be published.