ରୁକୁଣୀ ଗାଁ ଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରୁକୁଣୀ ଗାଁ ଠାରେ ଏକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଶିକ୍ଷାବିତ୍ ସୋମନାଥ ସାହୁ, ରୁକୁଣି ଗାଁ ର ଭିକାରୀ ଚରଣ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ଏହା ସହ ଟ୍ରଷ୍ଟି ପକ୍ଷରୁ ନଡିଆ, ଆମ୍ବ, ପିଜୁଳି, କଦ. ବେଲ, ଡାଳିମ୍ବ, ଓଉ, ପିସ୍ତା ବାଦାମ, କୃଷ୍ଣଚୁଡା ସମେତ ବିଭୀନ୍ନ ରକମର ଔଷଧୀୟ ଚାରା ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଯଶୋଦା ଫାଉଣ୍ଡେସନ୍ ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ସାହୁ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.