ଚିକିଟି ମହାବିଦ୍ୟାଳୟରେ ବୁଷ୍ଟର ଡୋଜ

ଚିକିଟି : ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ୍ କ୍ରସ ସୋସାଇଟି ତରଫରୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସହଯୋଗ ଏକ କୋଭିଡ -୧୯ ବୁଷ୍ଟର ଡୋଜ୍ ଟିକା କରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୬୬ଜଣ ଛାତ୍ର ଛାତ୍ରୀ ବୁଷ୍ଟର୍ ଡୋଜ୍ ଟିକା ନେଇଥିଲେ । ଚିକିଟି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ଶଙ୍କର ମହାରଣା , ସନ୍ଧ୍ୟାରାଣୀ ପଣ୍ଡା, ଶ୍ରୀଦେବୀ ସାହୁ , କଲେଜ ଯୁବ ରେଡ କ୍ରସ ସୋସାଇଟି ର ସଂଯୋଜକ ଶ୍ରୀ ଆଶୁତୋଷ ସାହୁ, ଜାତୀୟ ସେବା ସଂସ୍ଥା କାର୍ଯ୍ୟକ୍ରମ ଅଧିକାରୀ ଲକ୍ଷ୍ମଣ ବେହେରା, ଡକ୍ଟର ସୁଜାତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।ଏଥି ସହ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା, କର୍ମଚାରୀ , ଛାତ୍ର ଛାତ୍ରୀ ଏହି ଟିକା କରଣ ଶିବିରରେ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.