ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଛାତ୍ର ନେତା ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ପୁନର୍ବାର ପଂଚମ ଥର ପାଇଁ ଛାତ୍ର ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କ୍ରମେ ତାଙ୍କୁ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଛାତ୍ର ନେତାଏମ. ମାଧବ କାୟାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମିଟୁ ବେହେରା, ରାଜା ରାଓ, ସହିଦ୍ ଖାନ୍‌, ବିକି ପଣ୍ଡା, ତେଜେଶ୍ୱର ବେହେରାଙ୍କ ସମେତ ବହୁ ଛାତ୍ର ମାନେ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସେହିପରି ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ନିକଟରେ ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜି. ଶ୍ରୀକାନ୍ତ, ଇଶ୍ୱର ରେଡ୍ଡୀ ଓ ପ୍ରଶାନ୍ତ ସାହୁଙ୍କ ସମେତ ବହୁ ଛାତ୍ର ଉପସ୍ଥିତ ରହି ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.