ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଝୋରଡ଼ି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ। ଗୁରୁତର ଛାତ୍ରକୁ ପ୍ରଥମେ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ କହିଥିଲେ ଏବଂ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଜଣକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଝୋରଡ଼ି ସେବାଶ୍ରମରେ ପଢ଼ୁଥିବା ଝିଲେଇଗୁଡା ଗ୍ରାମର ପ୍ରଥମ ଶ୍ରେଣୀର ଛାତ୍ର ଗୋବିନ୍ଦା ହୁଇକା (୬) ଓ ଚେଙ୍ଗିଲି ଗ୍ରାମର ବାବୁସାନ କଣ୍ଡାଗରି (୧୧)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଷଷ୍ଠ ଶ୍ରେଣୀର ଛାତ୍ର ବାବୁସାନ ଗୋବିନ୍ଦାକୁ ଆକ୍ରମଣ କରିଥିଲେ। ଫଳରେ ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ପରେ ଗୁରୁତର ଗୋବିନ୍ଦାକୁ ପ୍ରଥମେ ରେଖାପଦରସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ନ ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗୋବିନ୍ଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିବାରରେ ଜଣେ ମାତ୍ର ପୁଅକୁ ହରାଇ ମୃତ ଗୋବିନ୍ଦାର ବାପା ମା ଭାଙ୍ଗି ପଡ଼ିଥିବା ବେଳେ ଝିଲେଇଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆସନ୍ତାକାଲି ଶବ ସତ୍କାର କରାଯିବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.