ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲାପରେ ଆତ୍ମହତ୍ୟା କଲା ସ୍ଵାମୀ

ପାଟଣାଗଡ଼: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପରେ ନିଜେ ଆତ୍ମହତ୍ୟା କଲା ସ୍ଵାମୀ। ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଦେବିରି ପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ଆଜି ସକାଳେ ଦେବିରି ପାଲି ଗାଁର ଭକ୍ତ ନାୟକ ଏବଂ ତାର ସ୍ତ୍ରୀ ଯଶୋଦା ନାୟକ ବିଲକୁ କାମ କରିବା ପାଇଁ ଆସିଥିଲେ।

ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାକୁ କେନ୍ଦ୍ରକରି ପ୍ରଥମେ ଭକ୍ତ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଯଶୋଦାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଭକ୍ତ ନିଜେ ପାଖ ବିଲରେ ଥବା ଏକ ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବେଳପଡା ପୋଲିସ ସହିତ ବଲାଙ୍ଗିରରୁ ସାଇଣ୍ଟିକଫିକ ଟିମ୍ ଆସି ଅଧିକ ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ କଲା ପରେ ସଠିକ୍ ଘଟଣା ଜଣାପଡିବ ବୋଲି ବେଳପଡା ଥାନା ଅଧିକାରୀ କହିଛନ୍ତି।

nis-ad
Leave A Reply

Your email address will not be published.