୮୧ତମ ମାଥିଲି ଗୁଳିକାଣ୍ଡ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି (୨୧/୦୮) : ମାଲକାନଗିରିର ଗାନ୍ଧୀ ଶହୀଦ ଲକ୍ଷ୍ମଣ ନାୟକ ତଥା ମାଥିଲି ଗୁଳିକାଣ୍ଡର ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିସରରେ ୮୧ ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି।ଏହି ଏତିହାସିକ ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା , ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ବନ ବିଭାଗ ଆନୁକୂଲ୍ୟରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା।ଉକ୍ତ ଉତ୍ସବରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଶୁଭଞ୍ଜନ ମହାପାତ୍ର, ଡେପୁଟି କମାଣ୍ଡାଣ୍ଟ, ସୀମା ସୁରକ୍ଷା ବଳ,ସମ୍ମାନୀତ ଅତିଥି ତରୁଣକାନ୍ତି ମହାନ୍ତି, ସାଧାରଣ ପ୍ରବନ୍ଧକ ,ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଜଗନ୍ନାଥ ପ୍ରସାଦ ବିଷୋୟୀ ,ରେଞ୍ଜର ,ବନ ବିଭାଗ ଯୋଗ ଦେଇଥିଲେ।ଉକ୍ତ ଉତ୍ସବରେ ଅତିଥିମାନେ ମାଥିଲି ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଅମର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ମାଲକାନଗିରି ସ୍ୱାମୀ ବିବେକାନନ୍ଦ ଲୋକସଂସଦ ର ଆଜୀବନ ସଦସ୍ୟ ରବିନ୍ଦ୍ରକୁମାର ମହାରଣା ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କିପରି ମାଥିଲି ଗୁଳିକାଣ୍ଡର ରୂପ ଧାରଣ କରି ଥିଲା ତାହାର ବର୍ଣ୍ଣନା କରିଥିଲେ। ଏହି ଏତିହାସିକ ଦିବସକୁ ସ୍ମରଣୀୟ କରିବାପାଇଁ କାର୍ଯ୍ୟାଳୟ ପରିସର ମଧ୍ୟରେ ଶହୀଦ ମାନଙ୍କ ନାମରେ ୨୨ଟି ବିଭିନ୍ନ କିସମର ନଡ଼ିଆ,ପିଜୁଳି ,ପଣସ ,ନିମ୍ବ ,ଅଁଳା, ମେହଗାନି, ବଉଳ ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ର ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ସୋମାନୀ, ଆଇ.ପି .ଓ ରବୀନ୍ଦ୍ରନାଥ କୁଣ୍ଡୁ ,ଶୁଭଶ୍ରୀ ଦଣ୍ଡପାଟ ,ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଶାଖାର ଆଜୀବନ ସଦସ୍ୟ ଅଧ୍ୟାପକ ଆଶିଷ ରାଠୋର, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେନାପତି ,ପ୍ରକାଶ ଚନ୍ଦ୍ର ନାୟକ,ପ୍ରଧାନ ଶିକ୍ଷୟିତ୍ରୀ ସାଧନା ମଣ୍ଡଳ , ଏମ .ଭି-୧୬ ,ଶିକ୍ଷୟତ୍ରୀ ପ୍ରତିମା ନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

nis-ad
Leave A Reply

Your email address will not be published.