ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିବା ଏବଂ କରାଇବା ପଡିଲା ମହଙ୍ଗା : ତିନି ଯୁବକ ଗିରଫ

ବ୍ରହ୍ମପୁର : ସେନାରେ ଭର୍ତ୍ତି ହେବା ପାଇଁ ଜାଲ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ରେ ଗୋପାଳପୁର ଥାନା ପୋଲିସ ତିନି ଜଣ କୁ ଗିରଫ କରିଛି l ସେମାନେ ହେଲେ ଗୋଳନ୍ଥରା ଥାନା ଅଧୀନରେ ଥିବା ସୁଭାନୀ ଗ୍ରାମ ର ବୋରା ଲୋକେଶ , ବୋରା ଉମାପତି ରେଡି ଏବଂ ଜାଲ ପ୍ରମାଣ ପତ୍ର ତିଆରି କରୁଥିବା ଦୋକାନୀ ବନମାଳୀ ବେହେରା l ସୂଚନା ପ୍ରକାରେ ଗତ 2021 ମାର୍ଚ୍ଚ 25 ଠାରୁ ଏପ୍ରିଲ 6 ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ଥିତ ଏୟାରଷ୍ଟ୍ରିପ ରେ ଚାଲିଥିବା ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହୋଇଥିଲା l ଏଥିରେ କିଛି ଯୁବକ ନକଲି ପ୍ରମାଣ ପତ୍ର ଦେଇଥିବା ବେଳେ ସେନା ପକ୍ଷ ରୁ ଗୋପାଳପୁର ଥାନା ରେ ଅଭିଯୋଗ କରିଥିଲେ l ଏ ନେଇ ପୋଲିସ କେଶ ନମ୍ବର 68/22 ରେ ଏକ ମାମଲା ରୁଜୁ କରି ତଦନ୍ତ
କରିଥିଲେ l ସେମାନେ ଦେଇଥିବା ପ୍ରଣାମ ପତ୍ର ର କିଛି ଠିକ ଥିବା ବେଳେ ଆଉ କିଛି ତଥ୍ୟ ଭୁଲ ଥିବା କୁ ନେଇ ଉକ୍ତ ତିନି ଜଣ ଯୁବକୁ ଥାନା ରେ ଅଟକ ରଖି ଆଜି କୋୖର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ ପି ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.