କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ (୨୧/୦୮) : କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ଓ ମହାନଦୀ ଚକ୍ଷୁ ଚିକିତ୍ସାଳୟ, ସୋନପୂରର ମିଳିତ ଆନୁକୁଲ୍ୟରେ ଚଳିତ ଅଗଷ୍ଟ ମାସ ୨୧ ତାରିଖ (ରବିବାର) ଆଜି ଫୁଲବାଣୀ ସହର ସ୍ଥିତ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେଉଛି l ବିଶ୍ଵ ବରିଷ୍ଠ ନାଗରିକ ଦିବସ (୨୧ ଅଗଷ୍ଟ) ପାଳନ ଅବସରରେ ଅନୁଷ୍ଠିତ ଏହି ଶିବିର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଉଦଘାଟିତ ହୋଇଥିଲା l ସହର ସମେତ ଆଖପାଖ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ମାନେ ସକାଳୁ ସକାଳୁ ପହଞ୍ଚି ସେମାନଙ୍କ ନାମ ପଂଜିକୃତ କରିଥିବା ର ଦେଖିବାକୁ ମିଳିଥିଲା l ନାମ ପଞ୍ଜିକରଣ ସାରିବା ପରେ ଚକ୍ଷୁ ବିଶେଷଜ୍ଞ ମାନେ କମ୍ପୁଟର ମାଧ୍ୟମରେ ଆଖି ପରିକ୍ଷା କରିବାସହ ମାଗଣା ଔଷଧ ଦିଆଯିବ ଆବଶ୍ୟକସ୍ଥଳେ ଅପରସନ କରାଯିବ l ଉକ୍ତ ସ୍ଥାନରେ ସନ୍ଧ୍ୟା ୭ ଘଣ୍ଟା ସମୟରେ “ବରିଷ୍ଠ ନାଗରିକ ଦେଶର ସମ୍ପଦ” ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଟିତ ହେବ। କାର୍ଯ୍ୟକ୍ରମରେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ଏଥିରେ ବହୁ ସଂଖ୍ୟାରେ ଯୋଗ ଦେବାଲାଗି ଅଶୋକ ପରିଡ଼ା ଆବାହକ, ଜିଲ୍ଲା ମିଳିତ ନାଗରିକ କମିଟି କନ୍ଧମାଳ,ଫୁଲବାଣୀକୁ ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.