ବିଦ୍ୟୁତ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଉଷା ଦେବୀ

ଚିକିଟି : ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ବିଦ୍ୟୁତ୍ ବିଭାଗର ସୁଦୃଢ଼ୀକରଣ ଓ ରହିଥିବା ବିଭିନ୍ନ ସମସ୍ୟା ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଚିକିଟି ବିଦ୍ୟୁତ ସବ୍- ଡିଭିଜନ ର ଉପ କୁଳବର୍ତ୍ତୀ ସୁନାପୁର,ସୁରଳ,ଝାଟିପଦର,ଏକସିଙ୍ଗି ପଞ୍ଚାୟତ ଠାରୁ ଆରମ୍ଭ କରି ସୀମାନ୍ତ ପାତ୍ରପୁର ବ୍ଳକର ବଳରାମପୁର,ଗୁଡିପଦର ଗୁଡିଖଳା, ଆଦିବାସୀ ଅଧ୍ୟୁଷିତ ତୁମ୍ବା, ଆଙ୍କୁଲି, ବୁରାତାଲ ଓ ତୁରୁବୁଡି,ନୁଆପଡା ,ଚାନ୍ଦପୁର ସମେତ ସମସ୍ତ ୪୦ ପଞ୍ଚାୟତ ରେ ରହିଥିବା ବିଦ୍ୟୁତ ସମସ୍ୟା ଓ ତା’ର ତୁରନ୍ତ ସମାଧାନ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ। ମୁଖ୍ୟତଃ ପାତ୍ରପୁର ବ୍ଳକ ସଦର ମହକୁମା ମୁଖ୍ୟ ବସଷ୍ଟାଣ୍ଡ ସାହି ଉପରେ ବିପଦପୂର୍ଣ୍ଣ ଭାବରେ ଯାଇଥିବା ୧୧ କେଭି ଲାଇନ୍ ଅନ୍ୟତ୍ର ପରିବର୍ତ୍ତନ କରିବା ସହ ନାରାୟଣପୁର ସବଷ୍ଟେସନ ସମସ୍ୟା, ଆଦିବାସୀ ଅଧ୍ୟୁଷିତ ତୁମ୍ବା ଆଙ୍କୁଲି ଓ ବୁରାତାଲ ପଞ୍ଚାୟତର ଦୁର୍ଗମ ପାହାଡ ଉପରେ ଅବସ୍ଥିତ ଗ୍ରାମ ଗୁଡିକରେ କିଭଳି ବିଦ୍ୟୁତ ପହଞ୍ଚିବ ଏବଂ ଯେଉଁ ଗ୍ରାମ ଗୁଡିକରେ ବିଜୁଳି ପହଞ୍ଚି ପାରୁନାହିଁ ସେହି ଗ୍ରାମରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଚିକିଟି ବ୍ଳକ ଅଧ୍ୟକ୍ଷ ଆପନା ସେଠୀ,ଏନ୍ ଏସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ଯୋଗ ଦେଇ ଏନ୍ ଏସି ଓ ବ୍ଳକ ଅଞ୍ଚଳର ବିଭିନ୍ନ ବିଦ୍ୟୁତ୍ ସମସ୍ୟା ଜଣାଇବା ସହ ତା’ର ତୁରନ୍ତ ସମାଧାନ କରିବାକୁ ମନ୍ତ୍ରୀ ଉଷା ଦେବୀ ଙ୍କୁ ଅନୁରୋଧ କରିଥିଲେ।ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଙ୍କ ପ୍ରତିନିଧି ବି କିଷ୍ଣାମୃତ୍ତୀ, ବିଦ୍ୟୁତ୍ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସନ୍ଦିପ କୁମାର ଦାସ,ନୀର୍ବାହୀ ଯନ୍ତ୍ରୀ ରାକେଶ କୁମାର ପାତ୍ର, ଚିକିଟି ଏସଡିଓ କିଶୋର କୁମାର ପ୍ରଧାନ,କନିଷି ଏସଡିଓ ,ମନୋରଞ୍ଜନ ଭୋଇ,କନିଷ୍ଠ ଯନ୍ତ୍ରୀ,ଦେବୀଦତ୍ତ ମହାପାତ୍ର,ଦିପକ ବଳିୟାର ସିଂ,ଦେବ ଦୁର୍ଲ୍ଲଭ ଦାସ, ସତ୍ୟଜିତ ରାକେଶ ସାହୁ,ନନ୍ଦ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.