ଫୁଲବାଣୀ: ଆଜି ପବିତ୍ର ଜନ୍ମାଷ୍ଟମୀ ।ଭଗବାନ ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଶ୍ରୀକୃଷ୍ଣ ମାନଵ ସମାଜକୁ କର୍ମଯୋଗର ଶିକ୍ଷା ଦେଉଛନ୍ତି । ଶ୍ରୀମଦ ଭଗବତ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି।ତେଣୁ ଜନ୍ମାଷ୍ଟମୀ ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ସପଥ ନେଇଥାଏ। ଫଳରେ ଆଶା ନରଖି ବିଶ୍ୱର ସେଵା କରିବା ହେଉଛି ପ୍ରକୃତ କର୍ମଯୋଗ। ସେହିଭଳି କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମ୍ ଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ ଉତ୍ସବ। ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଶିଶୁ ଭାଇ ଭଉଣୀ ଶ୍ରୀକୃଷ୍ଣ,ରାଧା,ବଳରାମ, ଗୋପାଳ, ଆଦି ଚରିତ୍ରରେ ନିଜକୁ ସଜେଇ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯଥା ବିଧି ପୂର୍ବକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଯଥା ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଶ୍ରୀକୃଷ୍ଣଙ୍କ ଦଧିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।ଏହା ଥିଲା ବିଦ୍ୟାଳୟର ଏକ ନିଆର ପରମ୍ପରା।
ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା ଯୋଗଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ବେଶ ପଡିଥିବା ସମସ୍ତ ଶିଶୁଙ୍କୁ ପୁରସ୍କାର ବିତରଣ କରଯାଇଥିଲା।
ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବା ସହ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏଥିସହିତ ସମସ୍ତ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ରୋକ୍ ଲାଗିଥିଲା । କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଉତ୍ସବ ବେସ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବାର ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.