ଗାଧୋଇବା ଯାଇ ବନ୍ୟାରେ ଭାସିଗଲେ ୫ ଶିଶୁ, ଜଣେ ମୃତ ଓ ୪ ଉଦ୍ଧାର

ଆଠଗଡ ବ୍ରାହ୍ମଣ ବସ୍ତ ଗ୍ରାମରେ ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣାପଡିଛି । 

ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମର ୫ ଜଣ ପିଲା ବିଷ୍ଣୁପୁର ଜୋରକୁ ଗାଧୋଇଯାଇଥିଲେ । ସେଠାରେ ବନ୍ୟା ଜଳରେ ୫ ଜଣ ପିଲା ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରା ଯାଇଥିବାବେଳେ ଅନ୍ୟ ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଫଳରେ ତାକୁ ସ୍ଥାନୀୟ ଲୋକେ ମଧୁପୁର ମେଢିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ନାବାଳକୁ ମୃତ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ନାବାଳକର ପରିଚୟ ମିଳିପାରିନାହିଁ ।

nis-ad
Leave A Reply

Your email address will not be published.