ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ପୁଣି ଜଣେ ରୋଗୀର ମୃତ୍ୟୁ । ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗ୍ରାମର ଦୁର୍ୟୋଧନ ନାୟକ (୫୦) ଉଚ୍ଚ ରକ୍ତଚାପ ରୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି (ଗୁରୁବାର) ଭୋର ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ୪ ମହଲା ଛାତରୁ ଡେଇଁ ମୃତ୍ୟୁ ବରଣ କରିଛନ୍ତି ।

ମୃତକଙ୍କ ପରିବାର ଲୋକେ ବେଡ଼ ନ ମିଳିବା ଓ ଚିକିତ୍ସାରେ ଅବହେଳା କାରଣରୁ ସେ ଏପରି କରିଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ କି ଗତ ୧୩ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟ ପାଞ୍ଚ ମହଲା ଛାତରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା । 

nis-ad
Leave A Reply

Your email address will not be published.