କୁଶଭଦ୍ରା ନଦୀରେ ସୁଇଜ ଗେଟ ଭାଙ୍ଗି ଚାଷ ଜମିରେ ପଶିଲା ବନ୍ୟା ଜଳ

ଗୋପ : କୁଶଭଦ୍ରା ନଦୀରେ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ନଦୀର ନାଗପୁର ପାଇକସାହି ନିକଟରେ ଥିବା ସୁଇଜ ଗେଟ ଭାଙ୍ଗି ପାଇକସାହି ଗାଁ ଭିତରକୁ ପାଣି ପଶିଛି। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଘଟଣା ସ୍ଥଳରେ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୁଇଜ ଗେଟ ଦେଇ ଜଳ ଚାଷ ଜମିରେ ପଶୁଥିବା ବେଳେ ୪ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ଵ ଗାଁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ରହିଛି।

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ୀକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସୁଇଜ ଗେଟଗୁଡିକ ମରାମତି କରାଯାଉନଥିବାରୁ ବନ୍ୟା ଆରମ୍ଭରୁ ଚାଷ ଜମିକୁ ବନ୍ୟାଜଳ ମାଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୁଶଭଦ୍ରା ନଦୀରେ ବିପଦ ସଂକୁଳ ୭.୭୨ ମିଟର ରହିଥିବା ବେଳେ ମଙ୍ଗଳବାର ଦିନ ୧ଟା ସୁଦ୍ଧା ୬.୨୪ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏବେ ଠାରୁ ଚାଷ ଜମି ଜଳମଗ୍ନ ହେବାରେ ଲାଗିଛି ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପଟେ ଧନୁଆ ନଦୀରେ ବନ୍ୟା ଜଳ ଗାଁରେ ପଶିବା ଆରମ୍ଭ ହୋଇଛି ।

nis-ad
Leave A Reply

Your email address will not be published.