ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସେହିପରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ବିଶେଷ ପ୍ରଭାବିତ ହେବ ।

ବ୍ୟାକ୍ ୱାଟର ଯୋଗୁଁ କିଛି ଜାଗାରେ ପାଣି ପଶିଥିବା ଏସଆରସି କହିଛନ୍ତି । ଅବଶ୍ୟକ ଅନୁସାରେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି । ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟକ ଅନୁସାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହିତ ଆବଶ୍ୟକ ଅନୁସାରେ କର୍ମଚାରୀଙ୍କ ଛୁଟି ବାତିଲ କରିବେ ଜିଲ୍ଲାପାଳ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସର୍ବାଧିକ ପାଣି ପାସ୍ କରିବାକୁ ଥିବାରୁ ନଦୀ ବନ୍ଧକୁ ଜଗିବା ଜରୁରୀ ଅଟେ ।

ପ୍ରଥମ ବନ୍ୟାରେ ମୂଷା ଗାତ, ବିଲୁଆ ଗାଡ ପାଇଁ ଘଲିଆ ପଡିପାରେ । ନଦୀ ବନ୍ଧ ପ୍ରତି ନଜର ରଖିବାକୁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି ।

nis-ad
Leave A Reply

Your email address will not be published.