ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ…

ବ୍ରହ୍ମପୁର : ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲ୍ଲା ଜର୍ଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତରେ ଦେବାନୀ, ପାରିବାରିକ, ବ୍ୟାଙ୍କ ଜନିତ, ବୀମା ଓ ଦୁର୍ଘଟଣା ଜନିତ ଆଦି ୧୮୧୦୯ଟି ମାମଲା ସମାଧାନ ହୋଇଥିଲା । ୪ଟି ବ୍ୟାଚଂରେ ଆୟୋଜିତ ଉକ୍ତ ଲୋକ ଅଦାଲତରେ ୧୩୨ ଟି ମୋଟରଯାନ ଜନୀତ ଦୁର୍ଘଟଣା ମାମଲାର ଆପୋଶ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା । କ୍ଷତି ପୂରଣ ବାବଦକୁ ବୀମା କଂପାନୀ ଗୁଡ଼ିକୁ ୭ କୋଟି ୧୧ ଲକ୍ଷ ୪ ହଜାର ୨ଶହ ଟଙ୍କା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ୧୮ ଗୋଟି ଚେକ୍ ବାଉଂସ୍ ମାମଲାରେ ୬୭ ଲକ୍ଷ ୩୦ ହଜାର ୧୭୯ ଟଙ୍କା ଉଦ୍ଧାର କରାଯାଇଥିଲା । ୬୮ ଟି ପାରିବାରିକ ବିବାହ ସଂପର୍କିତ ମାମଲାର ସମାଧାନ କରାଯାଇଥିଲା । ୫ ହଜାର ୭୦୫ ଟି ଅନ୍ୟାନ୍ୟ ପାରିବାରିକ ଆପୋଶ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା । ଏହି ଅବସରରେ ଦ୍ୱିତୀୟ ଏନ୍ ଏସଟି ବିଚାରପତି ରାମଶଙ୍କର ହୋତା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ସଂଘମିତ୍ରା ଶର୍ମା, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ଡ. ଇନ୍ଧୁ ଶର୍ମା, ରେଜିଷ୍ଟ୍ରର ସୁଶାନ୍ତ କୁମାର ମିଶ୍ର, ପ୍ରମୁଖ ଯୋଗ ଦେଇ ବହୁ ମାମଲାର ବିଚାରଣା କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ କୈଳାସ ସାହୁ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.