ଲଗାଣ ବର୍ଷାରେ ସ୍କୁଲ ଛାତ୍ର, ଛାତ୍ରୀଙ୍କ ପ୍ରଭାତ ଫେରି…


ଉମରକୋଟ : ଲଗନା ବର୍ଷା କୁ ଖାତିର ନକରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପତକା ଉତ୍ତଳନ କରି ଜାତୀୟ ସଂଗୀତ ରଘୁପତି ରାଘବ ଗୀତ ଗାଇ କଳିଆପଦର ଗାଁ ପରିକ୍ରମା କରି କରିଥିଲେ l ହର ଘର ତୀରଙ୍ଗା ଏହି ସ୍ୱାଧୀନତା ର 75 ବର୍ଷର ଅମୃତ ମହୋତ୍ସବ ପାଳନ କରିବା ପାଇ ଲଘୁଚାପ ବର୍ଷାକୁ ଖାତିର ନ କରି ସଚେତନ ବାର୍ତ୍ତା ଦେଇଛନ୍ତି ,

ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁଡ଼ାବେଡ଼ା ପଞ୍ଚାୟତ କଳିଆପଦର ହାଇସ୍କୁଲର ଛାତ୍ରୀ ଓ ଛାତ୍ରଙ୍କ ଦ୍ଵାରା ଅତି ଆନନ୍ଦ ଉଲ୍ଲାସ ରେ ଦେଖିବାକୁ ମିଳିଲା,ପ୍ରାୟ ତିନି ଶହ ଛାତ୍ର ଛାତ୍ରୀ ଏହି ମହତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ , ସ୍କୁଲ ର ଶିକ୍ଷକ ଶ୍ରୀ ସୁବ୍ରତ ବିଶ୍ୱାସ, ଶ୍ରୀମତୀ ପଲ୍ଲୋବି ଶିହୟଙ୍କ ଦ୍ଵାରା ଏହି ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା ଏଥିରେ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନେ ତଥା ଶ୍ରୀ ରାଜେଶ ବେହେରା, ଶ୍ରୀ ନୀଳକାନ୍ତ ବିଶ୍ୱାସ, ଶ୍ରୀ ବାଲଚାନ୍ଦ ଗଣ୍ଡ, ରୁପାଲୀ ରାୟ, ଲିପିକା ହାଲଦାର, ପ୍ରନୟରଞ୍ଜନ ବିଦ୍ଧାର୍ଥୀ ଓ ପ୍ରମୁଖ ସ୍କୁଲର ଶିକ୍ଷକ ମାନେ ଭାଗ ନେଇ ଦେଶବାସୀ ଓ ଅଞ୍ଚଳବାସୀଙ୍କ 75 ବର୍ଷର ଅମୃତ ମହୋତ୍ସବ ପାଳନ କରିବା ପାଇଁ ସ୍ୱଚେତନ କରାଇଥିଲେ ,ଗାଁ ଲୋକଙ୍କ ସ୍ଲୋଗାନ ଥିଲା “”ହର ଘର ଘର ମେ ତିରଙ୍ଗା,75 ବର୍ଷର ଅମୃତ ମହୋତ୍ସବ ହାମ ପାଳନ କରୁଙ୍ଗା ” ଯାହାକି ଛାତ୍ର ଛାତ୍ରୀ ଙ୍କ ସମେତ ଗାଁ ଲୋକ ମାନେ ମଧ୍ୟ ଏହି ମହାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଦେଖିବାଜୁ ମିଳିଛି l ବର୍ଷା କୁ ଖାତିର ନକରି ଦେଶ ଭକ୍ତି ଓ ତୀରଙ୍ଗା କୁ ସମ୍ମାନ ଦେବାରେ ଦୃଶ୍ୟ ଦେଖିବାକୁ ମିଳିଛି

nis-ad
Leave A Reply

Your email address will not be published.