୧୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଓଡିଶା ପାଇଁ ରେଡ ୱାର୍ଣ୍ଣିଂ ଜାରି । ଆଜି ଓ ଆସନ୍ତାକାଲି ପାଇଁ ଏହି ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ଛତିଶଗଡକୁ ଆଜି ପାଇଁ ଅରେଞ୍ଜ ଓ ଆସନ୍ତାକାଲି ପାଇଁ ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ୨ ଦିନ ଧରି ପ୍ରବଳ ବର୍ଷିବ ।

୧୭ ଜିଲ୍ଲାକୁ ଏହି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କାଲି ପର୍ଯ୍ୟନ୍ତ ୭ ଜିଲ୍ଲା ଓ କାଲିଠୁ ୧୫ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କାଲିପାଇଁ ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରିହୋଇଛି । ସେହିଭଳି କାଲିଠାରୁ ୧୫ ଯାଏ ଝାରସୁଗୁଡା, ବରଗଡ, ସମ୍ବଲପୁର,ଦେବଗଡ, ଅନୁଗୁଳ ବୌଦ୍ଧ, ସୋନପୁର,ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସଜାଗ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

nis-ad
Leave A Reply

Your email address will not be published.