ବନ୍ୟପ୍ରାଣୀ ସପ୍ତାହ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା

କାଲିମେଳା : ଆଜି କାଲିମେଳା ବନବିଭାଗ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ଚିତ୍ରଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ କରାଯାଇଛି । ଆଜିର ଏହି ପ୍ରତିଯୋଗିତାକୁ ରେଞ୍ଜ ଅଫିସର ସୁଶାନ୍ତ କୁମାର ଦଳେଇ ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରି ଯଥା ୧ରୁ ୭ଶ୍ରେଣୀ ଓ ୮ରୁ୧୦ ରେ ବିଭକ୍ତ କରାଯାଇଥିଲା ସିନିୟର ଓ ଜୁନିୟର ଶ୍ରେଣୀରେ ବିଭକ୍ତ କରାଯିବାସହ ବନ୍ୟପ୍ରାଣୀଙ୍କ ସହ ସହବାସ୍ତାନ ଏବଂ ବିହଙ୍ଗ ଓ ଆମପରିବେଶ କୁନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜିର ଏହି ପ୍ରତିଯୋଗିତାରେ କାଲିମେଳା ରେଞ୍ଜ ଅଧିନସ୍ଥ ଚାରୋଟି ସେକ୍ସ୍ସନ ପଡିଆ,କାଲିମେଲା, ପୋଟେରୁ ଓ କୁର୍ତି ରୁ ପ୍ରାୟ ୧୫ଟି ସ୍କୁଲର ୭୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ୧୫ରୁ ଉର୍ଦ୍ଧ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଦିନ ୧୧ଘଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ନ୧ଟାରେ ଶେଷ ହୋଇଥିଲା । ଆଜିର ଏହି ପ୍ରତିଯୋଗିତାରେ କାଲିମେଲା ରେଞ୍ଜର ସମସ୍ତ ବନପାଳ ଓ ଵନରଖି ଓ ସହଯୋଗୀ ସୃଷ୍ଟି ଏନଜିଓ ର କର୍ମକର୍ତା ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.