ଥାଲାସେମିଆ ସଚେତନତା ଓ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର : ଥାଲାସେମିଆ କେୟାର ସୋସାଇଟି ଏବଂ ବାଙ୍ଗୋଲୋର ନାରାୟଣ ହୃଦ୍ରାଳୟ ମିଳିତ ଆନୁକୂଲ୍ୟରେ ଥାଲାସେମିଆ ସଚେତନତା ଓ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ସ୍ଥାନୀୟ  ଅଯୋଧ୍ୟା ନଗର ସ୍ଥିତ ପ୍ରାପ୍ତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।   ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶିବିର ଶୁଭାରମ୍ଭ କରିଥିଲେ । ସମ୍ମାନତି ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଉପମେୟର ଇ. ବିବେକ ରେଡ଼ି, ପୂର୍ବତନ ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଏମ୍‌କେସିଜି ମେଡ଼ିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର, ଭାଇସ୍ ପ୍ରିନିସପାଲ୍ ଶିଶୁ ବିଭାଗ ମୁଖ୍ୟ ପ୍ରଫେସର ଡା. ନରେନ୍ଦ୍ର ବେହେରା,  ପ୍ରଫେସର ସମୀର କୁମାର ଜେନା, ଡା. ସସ୍ମିତା ବେହେରା, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ରବି ଶତପଥୀ, ପ୍ରମୁଖ ମଂଚାସୀନ ରହିଥିଲେ । ଥାଲାସେମିଆରେ ଆକ୍ରାନ୍ତ ହୋଇ ବହୁ ନୀରିହ ଶିଶୁ ନିଜ ଜୀବନ ହରାଉଛନ୍ତି । ଏହାକୁ କିଭଳି ରୋକାଯାଇପାରିବ ଏବଂ ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କୁ କିଭଳି ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ରୋଗର କାରଣ  ଲକ୍ଷ୍ୟଣ ଏବଂ ନିରାକରଣ ଉପରେ ବିଷେଦ ଭାବରେ ବାଙ୍ଗୋଲୋର ହୃଦ୍ରାଳୟର ଡ଼ାକ୍ତର ଏବଂ ବିଏମ୍‌ଟି ନିର୍ଦ୍ଦେଶକ ଡା. ସୁନିଲ ଭୋଟ୍ ଯୋଗଦେଇ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ଯେପରି ଉତମ ରକ୍ତ ପ୍ରଦାନ କରାଯିବ ଏବଂ ଆବଶ୍ୟକିୟ ଔଷଧ ଦେଇ ସ୍ୱାସ୍ଥ୍ୟ ରକ୍ଷା କରାଯାଇପାରିବ ବିଏମ୍‌ଟି ଚିକିତ୍ସା କରି ରୋଗୀଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।  ଭୁବନେଶ୍ୱର ସ୍ଥିତ କିମସ୍ ହସ୍ପିଟାଲର ଶିଶୁ ରୋଗ ବିଭାଗର ଏସୋସିଏଟ୍ ପ୍ରଫେସର ଡା. ପାଲାସ୍ ଦାସ ଯୋଗଦେଇ ଏହି ରୋଗ ସଂପର୍କରେ ସର୍ବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଏମ୍‌ଟି ପାଇଁ ଏଚ୍‌ଏଲ୍‌ଏ ଟାଇଫିଙ୍ଗ୍ ନମୁନା ଆକ୍ରାନ୍ତ ମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା । ଏବଂ ସେମାନଙ୍କୁ ଉତମ ପରାମର୍ଶ ଦେଇଥିଲେ ବିଶେଷଜ୍ଞ ମାନେ । ଶିବିରକୁ   ସୋସାଇଟିର ସାଧାରଣ ସଂପାଦକ ନିରାକାର ପଣ୍ଡା, ସହସଂପାଦକ ଦୀପକ ଜାଲି, ଉପସଂପାଦକ ଦିଲ୍ଲିପ କୁମାର ମହାନ୍ତି, ସଂଯୋଜକ ବିନୋଦ କୁମାର ବେହେରା, ସୂର୍ଯ୍ୟନାରାୟଣ ରଥ, ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ବହୁ ସଦସ୍ୟ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏଥି ସହ ସାଧାରଣ ସଂପାଦକ ରୋଗୀଙ୍କ କଲ୍ୟାଣ ନିମନ୍ତେ ୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ସାଂସଦ ଓ ବିଧାୟକଙ୍କୁ ପ୍ରଦାନ କରିଥିଲେ । ୧୦୦ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୨୬ ଜଣଙ୍କ ଏଚ୍‌ଏଲ୍‌ଏ ଟାଇପିଙ୍ଗ୍ ନମୁନା ସଂଗ୍ରହ କରାଯାଇଥିଲା ।

nis-ad
Leave A Reply

Your email address will not be published.