“ହର ଘର ତ୍ରିରଙ୍ଗା” : ଗୋପାଳପୁରଠାରେ ବୁଦ୍ଧିଜୀବି ଓ ବିଭିନ୍ନ ସଙ୍ଗଠନ ଦ୍ଵାରା ନଗର ପରିକ୍ରମା

ଗୋପାଳପୁର (୧୨/୦୮) : ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ବୁଦ୍ଧିଜୀବି ତଥା ବିଭିନ୍ନ ସଙ୍ଗଠନ ତରଫରୁ “ହର୍ ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଶାଳ ରାଲି ନଗର ପରିକ୍ରମା ସହ ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟୀ ଓ ସାଧାରଣ ଜନତା ଙ୍କୁ ୭୫ ତମ ସ୍ବାଧୀନତା ଦିବସ ପାଳନ ସମ୍ପର୍କରେ ସଚେତନତାର ବାର୍ତ୍ତା ସଞ୍ଚରଣ କରିଥିଲେ l ଶତାଧିକ ସଦସ୍ୟ ଉକ୍ତ ଶୋଭାଯାତ୍ରାରେ ସାମିଲ୍ ହୋଇ ଗୋପାଳପୁର ଜଙ୍କସନ୍ ଠାରୁ ଗୋପାଳପୁର ସମୁଦ୍ରକୂଳ ପର୍ଯ୍ୟନ୍ତ ଶୋଭାଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଆଜାଦିର ଅମୃତ କାଳରେ ପାଳନ ହେବାକୁ ଯାଉଥିବା ସ୍ଵାଧୀନତା ଦିବସ ବାସ୍ତବିକ ଅତ୍ୟନ୍ତ ରୋମାଞ୍ଚକ ଅନୁଭବ ଦେବ ବୋଲି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି । ସଂଗଠନର ସଭାପତି ପ୍ରଦୀପ ପଟ୍ଟନାୟକ,ଜିଲ୍ଲା ସଂଯୋଜକ ରଘୁନାଥ ପାତ୍ରଙ୍କ ସମେତ ଜି.କୂର୍ମ ଅନୁସୂଚିତ ଜାତି ଜିଲ୍ଲା ମୁଖ୍ୟ ପ୍ରଭୃତି ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.