ଜିଲ୍ଲା କୋର୍ଟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ଉତ୍ସବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଙ୍ଗପୁର ସେବା କେନ୍ଦ୍ର ତରଫରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା କେନ୍ଦ୍ର ନବରଙ୍ଗପୁର ସବ୍ ଜୋନ୍ ମୁଖ୍ୟ ବ୍ରହ୍ମା କୁମାରୀ ନୀଲମ ଦିଦି ଓ ଅନ୍ୟ ଭାଇ ଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ନୀଲମ ଦିଦି ରକ୍ଷା ବନ୍ଧନ ଉତ୍ସବର ତାତ୍ପର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ସାହୁ, ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାରପତି ରାଜଶ୍ରୀ ଆର୍ୟବାଳା ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ସମରେଶ ଗନ୍ତାୟତ, ସଦାଶିବ ସାହୁ, ମହେଶ୍ୱର ମହାପାତ୍ର, ତ୍ରିପତି ମାଝୀ, ତପନ ସିଂ, ସନତ ମିଶ୍ର, ଗୋପାଶିଷ ମହାନ୍ତି ଓ ସମସ୍ତ କୋର୍ଟ କର୍ମଚାରୀ ମାନଙ୍କୁ ରାକ୍ଷୀ ବାନ୍ଧି ଶୁଭ କାମନା ଜଣାଇଥିଲେ ।

nis-ad
Leave A Reply

Your email address will not be published.