ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତିଶ କୁମାର

ପାଟନା: ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ ନୀତିଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ନିଜର ବହୁମତ ସାବ୍ୟସ୍ତ କରିବେ। ଆସନ୍ତା ଅଗଷ୍ଟ ୨୪ରେ ଏହି ଫ୍ଲୋର ଟେଷ୍ଟ ହେବ। ଗତକାଲି ଅଷ୍ଟମଥର ଭାବେ ମୁଖ୍ରମନ୍ତୀ ରୂପେ ଶପଥ ନେଛନ୍ତି ନୀତିଶ କୁମାର। ବିଜେପି ସହ ସମ୍ପର୍କ ତୁଟାଇ ପୁଣି ଥରେ ଆରଜେଡି ସହ ହାତମିଳାଇ ବିହାରରରେ ମହାଗଠବନ୍ଧନ ସରକାର ଗଢ଼ିଛନ୍ତି। ବିଜେପି ହାତ ଛାଡ଼ିବା ପରେ ଆରଜେଡି ଓ କଂଗ୍ରେସ ସହ ୭ଟି ଦଳର ସମର୍ଥନରେ ରାଜ୍ୟରେ ନୂଆ ମହାମେଣ୍ଟ ସରକାରର ଶାସନ ଆରମ୍ଭ କରିଛନ୍ତି ନୀତୀଶ କୁମାର । ଗତକାଲି ସେ ରେକର୍ଡ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ହୋଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ। ଚର୍ଚ୍ଚା ହେଉଛି ଜାତୀୟ ରାଜନୀତିରେ ବିଜେପି ଓ ମୋଦିଙ୍କ ପତିଆରେରେ ବ୍ରେକ୍ ଲଗାଇବାକୁ ୨୦୨୪ରେ ବିରୋଧୀଙ୍କ ନେତା ସାଜିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ନୀତୀଶ। ।
ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ କୌଣସି ସଦସ୍ୟ ଶପଥ ନେଇନାହାନ୍ତି । ନୀତିଶଙ୍କ ନେତୃତ୍ୱରେ ବିହାରରେ ମହାଗଠନବନ୍ଧନ ସରକାରର ଦ୍ୱିତୀୟ ଭାଗ ଶାସନ ଆରମ୍ଭ ପରେ ଏହା ଏକ ମଜଭୁତ ସରକାର ହେବ ବୋଲି କହିଛନ୍ତି ଉପମୁଖମନ୍ତ୍ରୀ ତେଜସ୍ୱୀ ଯାଦବ । ଅନ୍ୟପଟେ ଶପଥ ଗ୍ରହଣ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ନିଶାନା କରିଛନ୍ତି ନୀତୀଶ। ୨୦୧୪ରେ ଯେଉଁମାନେ କ୍ଷମତାକୁ ଆସିଥିଲେ, ୨୦୨୪ରେ ସେମାନେ ଜିତିବେ କି ବୋଲି ପ୍ରଶ୍ନ କରିଛନ୍ତି ନୀତୀଶ । ଏହାସହ ୨୦୨୪ ପାଇଁ ସମସ୍ତ ବିରୋଧୀଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ବି ଦେଇଛନ୍ତି ।
ତେଣୁ ନୀତୀଶଙ୍କ ଏ ରଣନୀତି ଆଗକୁ ତାଙ୍କୁ ଜାତୀୟ ରାଜନୀତିରେ ମୋଦିଙ୍କ ବିକଳ୍ପ ଆଉ ବିରୋଧୀଙ୍କ ନେତା ଭାବେ ପ୍ରତିପାଦନ କରିବନି ତ ? ଅଗରୁ ମିଳିତ ବିରୋଧୀଙ୍କ ନେତୃତ୍ୱ ନେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଏବେ ସମ୍ପର୍କରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ତେଣେ ନୀତୀଶଙ୍କ ଏ ନୂଆ ଗେମ୍ ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବି ଏହାକୁ ଭଲ ଆରମ୍ଭ ବୋଲି କହିଛନ୍ତି । ଏସବୁ ଭିତରେ ତାଙ୍କୁ ଭବିଷ୍ୟତରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଆକଳନ କରାଯାଉଛି।

nis-ad
Leave A Reply

Your email address will not be published.