ଅନଲାନରେ ପାର୍ଟ ଟାଇମ ଜବ ଖୋଜିବା ମହଙ୍ଗା ପଡିଲା, ୧ ଲକ୍ଷ ୫୫ ହଜାର ଠକେଇର ଶିକାର ହେଲେ ମହିଳା

ବ୍ରହ୍ମପୁର : ଅନଲାଇନରେ ପାଟର୍ର୍ ଟାଇମ ଜବ ଖୋଜିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି । ଇନ୍‌ଭେଷ୍ଟମେଣ୍ଟ ଜବ ଦେବାକୁ କହି ସାଇବର ଠକମାନେ ତାଙ୍କ ଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଛନ୍ତି l ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରି ରଖିଛି lସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରି ରଖିଛି l ସୂଚନାପ୍ରକାରେ ହାଉସିଂବୋର୍ଡ ହରିହର ନଗର ୩ୟ ଲାଇନର ଜଣେ ୨୯ ବର୍ଷୀୟ ମହିଳା ଅନଲାଇନରେ ପାର୍ଟ ଟାଇମ ଜବ୍ ଖୋଜୁଥିଲେ l ଏହି ସମୟରେ ଅନଲାଇନରେ ପାର୍ଟ ଯାଇମ ଜବ ତଥା ୱାର୍କ ଫ୍ରମ ହୋମ କାମ ଯୋଗାଉଥିବା ଏକ ସଂସ୍ଥା ସହ ସେ ଯୋଗାଯୋଗ କରିଥିଲେ l ସେହି ସଂସ୍ଥାର ଜଣେ ମହିଳା କଷ୍ଟମର କେୟାର ଏକଜେକ୍ୟୁଟିଭ ତାଙ୍କୁ ଫୋନ କରି ପାର୍ଟ ଟାଇମ ଜବ୍ ପାଇଁ ବିଭିନ୍ନ ସ୍କିମ ବିଷୟରେ କହିଥିଲେ l ଏକ ଇନଭେଷ୍ଟମେଣ୍ଟ ଜବ୍ ପାଇଁ ଏକଜେକ୍ୟୁଟିଭ ଜଣଙ୍କ ମହିଳାଙ୍କୁ ପ୍ରଥମେ ୬୫୦ ଟଙ୍କା ଡିପୋଜିଟ କରିବାକୁ କହିଥିଲେ l ଏହା ପରେ ୮୦୦ ଟଙ୍କା ଓ ପରେ ପ‌ରେ ୫୦ ହଜାର ଏବଂ ପରେ ଜିଏସଟି ବାବଦକୁ ୫୬ ହଜାର ଟଙ୍କା ଡିପୋଜିଟ କରିବାକୁ କହିଥିଲେ l ସେହିକ୍ରମରେ ମହିଳା ଜଣଙ୍କ ମୋଟ ୧ ଲକ୍ଷ ୫୫ ହଜାର ୦୩୯ ଟଙ୍କା ଡିପୋଜିଟ କରିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ lଘଟଣାକୁ ନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.