ଫୋଟ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହ ବୁଲାବୁଲି କରିଥିବା କିଛି ଫୋଟ ଓ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ପାଟପୁର ଥାନା ସିଙ୍ଗିପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଗିରଫ ଅଭିଯୁକ୍ତ ଓ ଯୁବତୀ ଜଣକ ପରସ୍ପରକୁ ଭଲ ପାଇ ଆସୁଥିବା ବେଳେ ଗତ କିଛିଦିନ ତଳେ ସେମାନେ ବୁଲି ଯାଇଥିବା ସମୟରେ କିଛି ଅନ୍ତରଙ୍ଗ ଫୋଟ ଓ ଭିଡ଼ିଓ ଯୁବକ ଜଣକ ନିଜ ମୋବାଇଲରେ କରିଥିଲେ । ପରବର୍ତ୍ତୀ ସମୟରେ ଯୁବକ ଜଣକ ଏହାର ଫାଇଦା ଉଠାଇବା ପାଇଁ ଯୁବତୀଙ୍କୁ ବ୍ଳାକମେଲ କରିଥିଲେ । ଏପରିକି ଝିଅ ପୁଅର ନ ମାନିବାରୁ କିଛି ଫୋଟ ଓ ଭିଡ଼ିଓ ଭାଇରାଲ କରିଥିଲା । ଯାହାଫଳରେ ଝିଅର ପରିବାର ଲୋକେ ଦିଗପହଣ୍ଡି ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ ୨୭୮/୨୨ ଅନୁସାରେ ତଦନ୍ତ ଚଳାଇଥିବା ବେଳେ ଆଜି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.