ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା


ଛତ୍ରପୁର : ସ୍ଥାନୀୟ ପିଏନୟୁଏ କଲେକ ପରିସରରେ ଛତ୍ରପୁରର ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଆଖ ଓ ପାଖ ଅଞ୍ଚଳର ବହୁ ସାମ୍ବାଦିକ, ଶିକ୍ଷକ, ବୁଦ୍ଧିଜିବୀ, ଆଇନଜିବୀ ଓ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ରହି ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ପଣ୍ଡା ଜଣେ ଶିକ୍ଷାବିତ୍‌, ସୁସାହିତ୍ୟିକ, କବି, ପରୋପକାରୀ ଓ ସାମ୍ବାଦିକ ଭାବେ ଛତ୍ରପୁର ଆଖପାଖ ଅଂଚଳରେ ସୁପରିଚିତ ଥିବାରୁ ସମସ୍ତେ ତାଙ୍କୁ ସ୍ମରଣ କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ପୂର୍ବତନ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ଓ ରାମଚନ୍ଦ୍ର ବେହେରା, ସମାଜସେବୀ ଇଂ ରାମଚନ୍ଦ୍ର ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ପିଏନୟୁଏ କଲେଜର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ଦାଶ, ଛତ୍ରପୁର ଏସଡିଜେଏମ କୋର୍ଟର କ୍ୟାଡେଟ ଏପିପି ରାଜେଶ ମିଶ୍ର, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପ ସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସରକାରୀ ଓକିଲ ଡମିନାଥ ସାହୁ ଓ ଭୈରବୀ କୁମାର ପଟ୍ଟନାୟକ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡୀ, ବ୍ରଜ ମୋହନ ଆଚାର୍ଯ୍ୟ ଓ ସମୀର ପାଣିଗ୍ରାହୀ, ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ. ସଞ୍ଜୀବ ରେଡ୍ଡୀ, ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, ପି. ଚନ୍ଦ୍ରମଣି ପାତ୍ର, ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଞ୍ଜୀତ କୁମାର ରାଉଳ, ବିଜେପି ଯୁବ ନେତା ଏନ୍‌. ଦୀନବନ୍ଧୁ, ଆର୍ଯ୍ୟପଲ୍ଲୀ ଅନୁସୂଚିତ ଜାତିର ସମ୍ପାଦକ ତଥା ବିଜେଡ଼ି ଯୁବନେତା କାହ୍ନୁ ଚରଣ ବେହେରା, ପ୍ରମୋଦ କୁମାର ସାହୁ, ପୂର୍ବତନ ସମିତିସଭ୍ୟ ଶତୃଘନ ମହାଙ୍କୁଡ ଓ ମଥୁରା ଚରଣ ସୁବୁଦ୍ଧି, ଯୁବ ନେତା ବାପି ଦାସ, ଛତ୍ରପୁର ଏନଏସି ଉପାଧ୍ୟକ୍ଷା ଜି. ପାପା ରାଓ, ୮ ନଂ କାଉନସିଲର କେ. ରମେଶ, ସୟଦ ମୁକ୍ତାର, ଶିକ୍ଷକ ନେତା ରବି ନାରାୟଣ ବେହେରା, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ, ଛତ୍ରପୁର ପ୍ରେସ୍ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପ ସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧିର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଯୁବ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ଅଜିତ ସ୍ୱାଇଁ, ରବିନ୍ଦ୍ର ନାହାକ, ସନ୍ତୋଷ କୁମାର ସାହୁ, ଗୌର ପ୍ରସାଦ ମହାପାତ୍ର, ଇଜୁ ଆମିନ ଖାନ୍‌, ଅଶୋକ କୁମାର ବେହେରା, ପ୍ରଦୀପ କୁମାର ସାହୁ, କିିଶୋର ଚନ୍ଦ୍ର ମହାନ୍ତି,ଦେବବ୍ରତ ପଣ୍ଡା, ବିସ୍ମୟ ପ୍ରଧାନ, ଅମିତ୍ ରାଉଳ, ଅଶୋକ କୁମାର ରଥ, ନିମାଇଁଚରଣ ପଣ୍ଡା, କ୍ଷେତ୍ରବାସୀ ସାହୁ,କେ. ରମେଶ, ସୁଜୟ ସୁ ପ୍ରକାଶ ଧଳ,ବିରେନ ରାଉଳ,ଗଞ୍ଜାମ ପ୍ରେସ୍ କ୍ଲବର ଉପଦେଷ୍ଟା ଉମାକାନ୍ତ ବେହେରା, ସମାଜସେବୀ ତଥା ଯୁବ ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ, ରିକାପଲ୍ଲୀ ବ୍ୟବସାୟୀ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍‌, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ବସନ୍ତ କୁମାର ବେହେରାଙ୍କ ସମେତ ବହୁ ସାମ୍ବାଦିକ, ବୁଦ୍ଧିଜିବୀ, ଆଇନଜିବୀ ଓ ବିଭିନ୍ନ ଦଳର ରାଜନେତା ମାନେ ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କ ଗୁଣଗାନ କରିଥିଲେ । ପ୍ରାରମ୍ଭରେ ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା ଓ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ଙ୍କ ସଂଯୋଜନାରେ ସ୍ୱର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଛତ୍ରପୁର ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ । ଶେଷରେ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.